Below header

ଜାପାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାପାନର କୁରିଲ ଦ୍ୱୀପରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି।

ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାପାନର କୁରିଲ ଦ୍ୱୀପରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଅଧିକାରୀମାନଙ୍କ ମୁତାବକ, ଏ ପର୍ଯ୍ୟନ୍ତ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ।

ମିଡିଆ ରିପୋର୍ଟ ଅନୁସାରେ, ଗତ ୩ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଆଜି ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି। ଏଥିଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ସମୟ ଅନୁସାରେ, ଦିନ ୨ଟା ୪୨ ମିନିଟ୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂମି ତଳେ ୧୦ କିଲୋମିଟର ଗଭୀରରେ ଥିଲା।

ସେପଟେ ଜାପାନ ରେଲେଓ୍ଵ ମୁତାବକ, ଭୂମିକମ୍ପ ଯୋଗୁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ନାଗାନୋ ଓ କନାଜାଭା ମଧ୍ୟରେ ଶିଙ୍କାନସେନ ବୁଲେଟ୍‌ ଟ୍ରେନ୍‌ ସେବାକୁ ବନ୍ଦ କରି ଦିଆଯାଇଛି।

ଏହା ପୂର୍ବରୁ ମାର୍ଚ୍ଚ ୨୮ରେ ଜାପାନର ହୋକ୍କାଇଡୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା। ଏହି ଭୂମିକମ୍ପର ତୀବ୍ରତା ୬.୨ ଥିଲା। କହି ରଖୁଛୁ, ସାଧାରଣତଃ ଜାପାନରେ ବର୍ଷସାରା ଏହିପରି ଭୂମିକମ୍ପ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.