ତେହରିକ୍-ଏ-ହୁରିୟତକୁ ବ୍ୟାନ୍ କଲେ କେନ୍ଦ୍ର ସରକାର, ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହା
ତେହରିକ୍-ଏ-ହୁରିୟତ ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିବା ସହିତ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର UAPA ଅଧିନରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରେ ତେହରିକ୍-ଏ-ହୁରିୟତ ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିବା ସହିତ ପ୍ରତିବନ୍ଧକ ଲଗାଇଛନ୍ତି । କେନ୍ଦ୍ର ସରକାର UAPA ଅଧିନରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।
ଖବର ମୁତାବକ, ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହେଉଛି ତେହରିକ୍-ଏ-ହୁରିୟତ। ଏହି ସଂଗଠନ ଦେଶ ବରୋଧୀ କାର୍ଯ୍ୟକଳାପ କରିବାରୁ ଏହାକୁ ବ୍ୟାନ୍ କରାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ଜମ୍ମୁ-କଶ୍ମୀରକୁ ଭାରତରୁ ପୃଥକ୍ କରିବା ଏବଂ ଇସ୍ଲାମିକ ନିୟମ ପ୍ରତିଷ୍ଠା ନିଷେଧ କାର୍ଯ୍ୟରେ ଏହି ସଂଗଠନ ଜଡ଼ିତ ରହିଛି । ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ପ୍ରସାର କରୁଛି ଏବଂ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି ।
The ‘Tehreek-e-Hurriyat, J&K (TeH) has been declared an ‘Unlawful Association’ under UAPA.
The outfit is involved in forbidden activities to separate J&K from India and establish Islamic rule. The group is found spreading anti-India propaganda and continuing terror activities to…— Amit Shah (@AmitShah) December 31, 2023
ଭାରତ ସରକାର ନୋଟିଫିକେସନ ଜାରି କରି କହିଛନ୍ତି, ତେହରିକ୍-ଏ-ହୁରିୟତ ସଂଗଠନ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ସଂପ୍ରସାରିତ କରୁଛି । ଏମାନେ ଆତଙ୍କବାଦୀକୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି ଏବଂ ପଥରଫିଙ୍ଗାକୁ ପ୍ରୋତ୍ସାହନ ଦିଅନ୍ତି । ଏହି ସଂଗଠନ ଭାରତୀୟ ଆଇନ ବ୍ୟବସ୍ଥାକୁ ପାଳନ କରେ ନାହିଁ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଡିସେମ୍ବର ୨୭ ତାରିଖ ଗୃହ ମନ୍ତ୍ରଣାଳୟ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଇଥିଲା । କେନ୍ଦ୍ର ଏହି ସଙ୍ଗଠନ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି । ସଙ୍ଗଠନର ସଦସ୍ୟମାନେ ଜମ୍ମୁ ଓ କାଶ୍ମୀରରେ ବିଚ୍ଛିନ୍ନତା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାମିଲ ଅଛନ୍ତି । ଏହାର ନେତା ଏବଂ ସଦସ୍ୟମାନେ ଆତଙ୍କବାଦୀଙ୍କୁ ସମର୍ଥନ କରି ସୁରକ୍ଷା ବାହିନୀ ଉପରେ ଲଗାତାର ପଥର ମାଡ଼ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ।
Under the Unlawful Activities Prevention Act (UAPA) ଅଧୀନରେ କେନ୍ଦ୍ର ସରକାର କୌଣସି ସଙ୍ଗଠନକୁ ‘ବେଆଇନ’ କିମ୍ବା ‘ଆତଙ୍କବାଦୀ’ ସଙ୍ଗଠନ ଘୋଷଣା କରିପାରନ୍ତି, ଯାହାକୁ ସାଧାରଣ ଭାଷାରେ ‘ପ୍ରତିବନ୍ଧକ’ କୁହାଯାଏ । ଗୃହ ମନ୍ତ୍ରଣାଳୟ ମୁତାବକ, ବର୍ତ୍ତମାନ ସମୟରେ ଦେଶରେ ୪୨ଟି ସଙ୍ଗଠନକୁ ଆତଙ୍କୀ ସଙ୍ଗଠନ ଘୋଷଣା କରାଯାଇଛି । ଅର୍ଥାତ୍ ସେଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିରେ କିଛି ଖଲିସ୍ତାନୀ ସଙ୍ଗଠନ, ଲସ୍କର-ଏ-ତୋଏବା, ଜୈଶ୍-ଏ-ମହମ୍ମଦ, ଲିଟ୍ଟେ ଏବଂ ଅଲ୍କାଏଦା ଭଳି ସଙ୍ଗଠନ ସାମିଲ ରହିଛି ।