ଟେଷ୍ଟ ମ୍ୟାଚରେ ହଠାତ୍ ପଡିଆକୁ ପଶିଆସିଲା ବଡ ଗୋଧି, ଭୟଭୀତ ହେଲେ ଖେଳାଳି : ଭିଡିଓ ଭାଇରଲ
ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଗୋଧି ଆତଙ୍କ ଦେଖିବାକୁ ମିଳିଛି । ଆଉ ଗୋଧି ପାଇଁ ଖେଳାଳି ଭୟଭୀତ ହୋଇଯାଇଥିଲେ । ଆଉ ଏଥିପାଇଁ ମ୍ୟାଚ ମଧ୍ୟ ରୋକିବାକୁ ପଡିଛି ।
ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମେ ବ୍ୟାଟିଂ ପରି ପ୍ରଥମ ପାଳିରେ ଭାରତ ୩୯୬ ରନ୍ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଇଂଲ୍ଡ ୨୫୩ ରନ୍ କରି ଅଲଆଉଟ ହୋଇଯାଇଥିଲା । ଆଜି ତୃତୀୟ ଦିନରେ ଭାରତ ୬୬ରନ୍ କରି ୨ଓ୍ଵିକେଟ ହରାଇ ବ୍ୟାଟିଂ କରୁଛି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଦେଖି କ୍ରିକେଟ ଫ୍ୟାନ୍ସ ଡରିଯାଇଛନ୍ତି । ଆଉ ଏଥିପାଇଁ ମ୍ୟାଚ ମଧ୍ୟ ରୋକିବାକୁ ପଡିଛି ।
ଖବର ମୁତାବକ, ଏପଟେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ସେପଟେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଗୋଧି ଆତଙ୍କ ଦେଖିବାକୁ ମିଳିଛି । କଲମ୍ବୋର ସିନହାଲେସ ସ୍ପୋର୍ଟସ କ୍ଲବରେ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଧି ପଡ଼ିଆ ଭିତରେ ପଶି ଯାଇଥିଲା । ଆଉ ଗୋଧି ପାଇଁ ଖେଳାଳି ଭୟଭୀତ ହୋଇଯାଇଥିଲେ । ଫଳରେ ମ୍ୟାଚକୁ କିଛି ସମୟ ପାଇଁ ରୋକାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
We had an uninvited guest on the field today 🦎😄#SonySportsNetwork #SLvAFG pic.twitter.com/1LvDkLmXij
— Sony Sports Network (@SonySportsNetwk) February 3, 2024
ଆଫଗାନିସ୍ତାନର ୪୭ତମ ଓଭରେ ନିଜାତ ମାସୁଦ ବୋଲିଂ କରିବାକୁ ଯାଉଥିବା ବେଳେ ହଠାତ ଗୋଟିଏ ଗୋଧି ପଡିଆକୁ ପ୍ରବେଶ କରିଥିଲା । ଏହା ଦେଖିବାକୁ ବଡ ଥିବାରୁ ଖେଳାଳି ଏବଂ ଅମ୍ପାୟର ସମସ୍ତେ ଭୟଭୀତ ହୋଇଯାଇଥିଲେ ।ତେଣୁ କିଛି ସମୟ ପାଇଁ ମ୍ୟାଚକୁ ରୋକିବାକୁ ପଡିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।