Below header

କୁନି କୁନି ପିଲାଙ୍କ ମୁହଁରେ ହସ ଟିକେ ଦେଖିବା ପାଇଁ କଲେ ମହାନ କାମ, ଶିକ୍ଷକଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବେଲଡିହା ଗାଁର ପୁରୁଷୋତ୍ତମ ମହାକୁଡ ଅବସର ପରେ ସେବା କ୍ଷେତ୍ରରେ ମନ ଲଗାଇଛନ୍ତି । ପୂର୍ବରୁ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଅବସର ପରେ ନିଜର ପେନସନ ଟଙ୍କାରେ ବର୍ଷକୁ ଥରେ କୁନି କୁନି ପିଲାମାନଙ୍କୁ ନିଜ ହାତ ରନ୍ଧା ଖାଦ୍ୟ ତିଆରି କରି ଖାଇବାକୁ ଦେବା ପାଇଁ ଇଚ୍ଛା କରିଛନ୍ତି ।

ମୟୂରଭଞ୍ଜ (କେନ୍ୟୁଜ): କୁନି କୁନି ପିଲାଙ୍କ ମୁହଁରେ ହସ ଟିକେ ଦେଖିବା ପାଇଁ କିଛି କରିବା ପାଇଁ ପ୍ରବଳ ଆଗ୍ରହ ଥିଲା । କିନ୍ତୁ କାମ ବ୍ୟସ୍ତତା ଭିତରେ ପିଲାଙ୍କ ପାଇଁ କିଛି କରିପାରୁ ନଥିଲେ । ଏବେ ଶିକ୍ଷକଙ୍କୁ ଅବସର ମିଳିବା ପରେ ଛୋଟ ଛୋଟ ପିଲାଙ୍କ ପାଇଁ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ନିଜ ପରିବାର ସହ ମିଶି ଏକ ଭିନ୍ନକ୍ଷମ ବିଦ୍ୟାଳୟରେ ପହଞ୍ଚିଥିଲେ । ବିଭିନ୍ନ ପ୍ରକାର ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କ ପାଖରେ ପହଞ୍ଚଥିଲେ । ଏଭଳି କାର୍ଯ୍ୟ କରି ମହାନତା ଦେଖାଇଛନ୍ତି ଜଣେ ଶିକ୍ଷକ ।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବେଲଡିହା ଗାଁର ପୁରୁଷୋତ୍ତମ ମହାକୁଡ ଅବସର ପରେ ସେବା କ୍ଷେତ୍ରରେ ମନ ଲଗାଇଛନ୍ତି । ପୂର୍ବରୁ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଅବସର ପରେ ନିଜର ପେନସନ ଟଙ୍କାରେ ବର୍ଷକୁ ଥରେ କୁନି କୁନି ପିଲାମାନଙ୍କୁ ନିଜ ହାତ ରନ୍ଧା ଖାଦ୍ୟ ତିଆରି କରି ଖାଇବାକୁ ଦେବା ପାଇଁ ଇଚ୍ଛା କରିଛନ୍ତି । ତେଣୁ ପରିବାର ସହ ମିଶି ଉଦଳା ଭାରତଜ୍ୟୋତି ଭିନ୍ନକ୍ଷମ ବିଦ୍ୟାଳୟରେ ମାନସିକ ଅନଗ୍ରସର ପିଲା ମାନଙ୍କ ସହ କେକ୍‌ କାଟି ସେମାନଙ୍କୁ ହାତ ତିଆରି ଖାଦ୍ୟ ଖୁଆଇ ସେମାନଙ୍କ ସହ ଖୁସି ମନାଇଥିଲେ । ଶିକ୍ଷକଙ୍କ ଏହି ମହାନତା ପାଇଁ ସମସ୍ତେ ତାଙ୍କର ବେଶ ପ୍ରଶଂସା କରିଛନ୍ତି ।

ବ୍ୟସ୍ତ ବହୁଳ ଜୀବନରେ କିଏ ବା କାହାକୁ ପଚାରୁଛି । କିନ୍ତୁ ଏ ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ କୁନି କୁନି ପିଲାଙ୍କ ମୁହଁରେ ହସ ଟିକେ ଦେଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ତାଙ୍କର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.