Below header

ଆମୀର ଖାନ ଭେଟିଲେ ସୁହାନୀ ଭଟନାଗରଙ୍କ ପରିବାରକୁ, ହସୁଥିବା ଫଟୋ ଦେଖି ଲୋକମାନେ କଲେ ଟ୍ରୋଲ

ନିକଟରେ ସୁପରଷ୍ଟାର ଆମୀର ଖାନ ସୁହାନୀଙ୍କ ପିତାମାତାଙ୍କୁ ଫରିଦାବାଦରେ ଭେଟିବାକୁ ଯାଇଥିଲେ ଏବଂ ସେଠାରେ ଅଭିନେତ୍ରୀଙ୍କ ପରିବାରକୁ ଭେଟି ତାଙ୍କୁ ସମବେଦନା ଜଣାଇଥିଲେ । କିନ୍ତୁ ତାଙ୍କ ପରିବାର ସହ ଦେଖା କରିବା ଆମୀର ଖାନଙ୍କ ପାଇଁ ମହଙ୍ଗା ପଡିଛି ।

ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରିଥାବା ଅଭିନେତ୍ରୀ ସୁହାନୀ ଭଟନାଗରଙ୍କର ଫେବୃଆରୀ ୧୭ରେ ହଠାତ୍ ଦେହାନ୍ତ ହୋଇଥିଲା । ଏହି ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ମାତ୍ର ୧୯ ବର୍ଷ ବୟସରେ ଅଭିନେତ୍ରୀ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି । ତେବେ ଏହି ଖବର ଦଙ୍ଗଲର ପୁରା ଷ୍ଟାର କାଷ୍ଟକୁ ଚକିତ କରି ଦେଇଥିଲା । ଏହି ସବୁ ମଧ୍ୟରେ ବର୍ତ୍ତମାନ ଆମୀର ଖାନ ତାଙ୍କ ପିତାମାତାଙ୍କୁ ଭେଟିବା ପାଇଁ ସୁହାନୀଙ୍କ ଘରେ ପହଞ୍ଚିଥିଲେ ।

ନିକଟରେ ସୁପରଷ୍ଟାର ଆମୀର ଖାନ ସୁହାନୀଙ୍କ ପିତାମାତାଙ୍କୁ ଫରିଦାବାଦରେ ଭେଟିବାକୁ ଯାଇଥିଲେ ଏବଂ ସେଠାରେ ଅଭିନେତ୍ରୀଙ୍କ ପରିବାରକୁ ଭେଟି ତାଙ୍କୁ ସମବେଦନା ଜଣାଇଥିଲେ । କିନ୍ତୁ ତାଙ୍କ ପରିବାର ସହ ଦେଖା କରିବା ଆମୀର ଖାନଙ୍କ ପାଇଁ ମହଙ୍ଗା ପଡିଛି । ବାସ୍ତବରେ ସୁହାନୀଙ୍କ ପରିବାର ସହିତ ଆମିରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଅଭିନେତା ସୁହାନୀଙ୍କ ଫଟୋ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଆମୀରଙ୍କ ସହ ସୁହାନୀଙ୍କ ପରିବାର ସଦସ୍ୟ ମଧ୍ୟ ନଜର ଆସିଛନ୍ତି ।

କିନ୍ତୁ ଏହି ଫଟୋରେ ସ୍ୱର୍ଗତ ଅଭିନେତ୍ରୀଙ୍କ ଫଟୋ ଧରିଥିବା ବେଳେ ଆମୀର ଖାନ ହସୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଫ୍ୟାନ୍ସମାନେ ଅଭିନେତାଙ୍କ ଉପରେ ରାଗିକରି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ତେବେ ସେହି ଫଟୋରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ ‘ଗୋଟିଏ ଝିଅର ମୃତ୍ୟୁ ପରେ ସମସ୍ତେ ହସୁଥିବାର ଦେଖିବାକୁ ମିଳିଛି’, ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ‘ଏହା ଦେଖି ଅନୁଭବ ହେଉଛି, ଯେପରି ଏହା ଏକ ପୁରସ୍କାର ସମାରୋହ’ । ସେହି ଫଟୋରେ ଏହି ପରି ଅନେକ କମେଣ୍ଟ ଆସୁଛି, ଏପରି ଭାବେ ଲୋକମାନେ ଆମୀର ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

କେବଳ ଏତିକି ନୁହେଁ ଲୋକମାନେ ସୁହାନୀଙ୍କ ମା’ଙ୍କୁ ମଧ୍ୟ କମେଣ୍ଟ ମାଧ୍ୟମରେ ବହୁତ କିଛି କହିଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ ‘ଆଣ୍ଟିଙ୍କୁ ଦେଖିଲେ ଲାଗୁଛି ଯେମିତି ଝିଅ ଚାଲିଯାଇଛି ତ ଯାଇଛି, କିନ୍ତୁ ଆମୀର ନିଜେ ଘରକୁ ଆସିଛନ୍ତି’ । ତେବେ ଏହି ଫଟୋରେ ଏହି ଭଳି ବିଭିନ୍ନ ପ୍ରକାରର କମେଣ୍ଟ ଆସୁଛି । ଯଦି ସୁହାନିଙ୍କ ବିଷୟରେ କଥା ହେବା ତାହେଲେ ସେ ପ୍ରାୟ ଦୁଇ ମାସ ଧରି ଡର୍ମାଟୋମିଓସିଟିସ୍ ନାମକ ଏକ ରୋଗ ସହ ଲଢୁଥିଲେ । ଏହା ପରେ ସେ ଚିକିତ୍ସିତ ହେଉଥିବା ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ଏହି ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ସମସ୍ତ ଲୋକ ଦୁଃଖ ପ୍ରକାଶ କରିଥିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.