ପ୍ରେମିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା : ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ

ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁର ଗାଁରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କେନ୍ଦୁଝର ଜିଲ୍ଲା ଓ ଦୌରା ଜଜ ରାୟ ଶୁଣାଇଛନ୍ତି ।

କେନ୍ଦୁଝର (କେନ୍ୟୁଜ): ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁର ଗାଁରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କେନ୍ଦୁଝର ଜିଲ୍ଲା ଓ ଦୌରା ଜଜ ରାୟ ଶୁଣାଇଛନ୍ତି । ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବଲାଣି ପଶି ଗାଁର ଦୋଷୀ ସୁଶାନ୍ତ କୁମାର ନାଏକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ । ୨୦୨୨ ମସିହା ରେ ପ୍ରେମିକ ସୁଶାନ୍ତ ନାଏକ ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିବା ପରେ ପରିତ୍ୟକ୍ତ ପୋଖରୀରେ ପକାଇ ଦେଇଥିଲେ । ପଣ୍ଡାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.