Below header

ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ, ଦିଲ୍ଲୀ ସାଇବର ଥାନା ପୋଲିସର ଚଢ଼ାଉ

ରାଜଧାନୀ ଭୁବନେଶ୍ବରରେ ଦିଲ୍ଲୀ ପୋଲିସ । ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ । ସୌରଭ ଦେହୁରୀକୁ ଗିରଫ କଲା ଦିଲ୍ଲୀ ସାଇବର ଥାନା ପୋଲିସ ।

ଭୁବନେଶ୍ବର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ଦିଲ୍ଲୀ ପୋଲିସ । ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ । ସୌରଭ ଦେହୁରୀକୁ ଗିରଫ କଲା ଦିଲ୍ଲୀ ସାଇବର ଥାନା ପୋଲିସ । ସୌରଭର ଘର ସମ୍ବଲପୁରରେ । ସେ ଭୁବନେଶ୍ୱର ଆରବି ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲା । ଦିଲ୍ଲୀର ଏକ କମ୍ପାନୀର ସେ ଡାଟା ହ୍ୟାକ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଭେରିଫିକେସନ୍ ପାଇଁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଆସିଥିଲେ । କଂପ୍ୟୁଟର ଓ ମୋବାଇଲ,ହାର୍ଡଡିସ୍କ ଓ ପେନଡ୍ରାଇଭ ଜବତ । କିଛି ପାସବୁକ, ଚେକ ବୁକ ଓ କ୍ରେଡିଟ ଓ ଡେବିଟି କାର୍ଡ ମଧ୍ୟ ଜବତ କରାଯାଇଛି । ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ପହଞ୍ଚିଥିଲା ପୋଲିସ । ଲକ୍ଷ୍ମୀସାଗର ଥାନା ପୋଲିସ ସହଯୋଗରେ ଗତକାଲି ଚଢ଼ାଉ କରିଥିଲା ଦିଲ୍ଲୀ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.