ବଣ୍ଡା ଘାଟିରେ ହସୁଛି ଷ୍ଟ୍ରବେରୀ, ଏକର ପିଛା ୧୮ ଲକ୍ଷ ଟଙ୍କା ରୋଜଗାର କରିବେ ଚାଷୀ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବିଦେଶୀ ଚାଷ ଷ୍ଟ୍ରବେରୀ । ଏବେ ବଣ୍ଡା ଘାଟି ଲୋକଙ୍କ ମୁହଁରେ ହସ ଏବଂ ଏକ ନୂଆ ପରିଚୟ ଦେଇଛି ଷ୍ଟ୍ରବେରୀ । ବଣ୍ଡା ଉର୍ଣ୍ଣୟନ ସଂସ୍ଥା ପକ୍ଷର ଓପିଲିପି ସହାୟତା ଯୋଗୁଁ ଏବେ ବଣ୍ଡା ଘାଟିରେ ହସୁଛି ଷ୍ଟ୍ରବେରୀ ଚାଷ । ଓପିଲିପିର ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ସଫଳ ହୋଇଥିବାରୁ ଆସନ୍ତା ବର୍ଷ ଅଧିକ ଚାଷ କରିବାକୁ ଲକ୍ଷ୍ୟ ରଖିଛି ଓପିଲିପି ।

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବିଦେଶୀ ଚାଷ ଷ୍ଟ୍ରବେରୀ । ଏବେ ବଣ୍ଡା ଘାଟି ଲୋକଙ୍କ ମୁହଁରେ ହସ ଏବଂ ଏକ ନୂଆ ପରିଚୟ ଦେଇଛି ଷ୍ଟ୍ରବେରୀ । ବଣ୍ଡା ଉର୍ଣ୍ଣୟନ ସଂସ୍ଥା ପକ୍ଷର ଓପିଲିପି ସହାୟତା ଯୋଗୁଁ ଏବେ ବଣ୍ଡା ଘାଟିରେ ହସୁଛି ଷ୍ଟ୍ରବେରୀ ଚାଷ । ଓପିଲିପିର ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ସଫଳ ହୋଇଥିବାରୁ ଆସନ୍ତା ବର୍ଷ ଅଧିକ ଚାଷ କରିବାକୁ ଲକ୍ଷ୍ୟ ରଖିଛି ଓପିଲିପି । ଏବେ ବଣ୍ଡା ଲୋକଙ୍କ ଭାଗ୍ୟ ବଦଳିବ । ଖୁବ କମ ସମୟରେ ଖୁବ ଅଧିକ ରୋଜଗାର କରିବେ ବଣ୍ଡା ଲୋକେ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଓପିଲିପି ସହାୟତାରେ ଚାଷ କଲେ ଷ୍ଟ୍ରବେରୀ । ଦୁଇ ଭାଇ ମିଶି ଗୋଟେ ଏକର ଜମିରେ ଫଳାଇଛନ୍ତି ଲାଲ ରଙ୍ଗର ସୁନା ।

ଯାହାକି ଭାରି ସୁଆଦିଆ ହୋଇଛି । ବର୍ତ୍ତମାନ ଷ୍ଟ୍ରବେରୀଗୁଡିକ ପାଚି ଆସିଲା ବେଳକୁ ସ୍ଥାନୀୟ ଲୋକେ ଷ୍ଟ୍ରବେରୀକୁ ଖାଇବା ପାଇଁ ବେଶ୍ ଇଛୁକ ହୋଇ ରହିଛନ୍ତି । ବଣ୍ଡା ଜନଜାତିର ଏହି ଦୁଇ ଭାଇଙ୍କ ଗୋଟେ ଏକର ଜମିରେ ଚାଷ ପରେ ଅନ୍ୟ ବଣ୍ଡା ଜନଜାତି ମଧ୍ୟ ଚାଷ କରିବା ପାଇଁ ଆଗ୍ରହ କଲେଣି । ଓପିଲିପି ପକ୍ଷରୁ ଆର୍ଥିକ ସହାୟତା ସହ ତାଲିମ ପାଇଁ ଏଭଳି ଚାଷ କରାଯାଇଛି । ଅତ୍ୟାଧୁନିକ ପ୍ରଣାଳୀରେ ହୋଇଥିବା ଏହି ଷ୍ଟ୍ରବେରୀ ଚାଷକୁ ଦେଖିଲେ ଆପଣ ଭାବୁଥିବେ କେଉଁ ଶୀତ ପ୍ରବଳ ରାଜ୍ୟରେ ନିଶ୍ଚିତ ଭାବରେ ଏହି ଚାଷ ହୋଇଥିବ । ଯଦି ଭାବୁଛନ୍ତି ତାହା ସଂପୂର୍ଣ୍ଣ ଭୁଲ ।

ଆଦିମ ଜନଜାତି ବଣ୍ଡା ଘାଟିରେ ଫଳିଛି ଏହି ଲାଲ ରଙ୍ଗର ସୁନା । ଏହାକୁ ଫଳାଇଛନ୍ତି ବଣ୍ଡାଘାଟିର ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗଳା ମୁଦୁଲି । ଓପିଲିପି ପକ୍ଷରୁ ଅତ୍ୟାଧୁନିକ ଚାଷ ପାଇଁ ଆର୍ଥିକ ସହାୟତା ଆସିଥିବା ବେଳେ ଏହି ଦୁଇ ଭାଇ ଚାଷ କରିବାକୁ ଆଗ୍ରହ କରିଥିଲେ । ଓପିଲିପି ପକ୍ଷରୁ ଏହି ଦୁଇ ଭାଇଙ୍କୁ ଉଚିତ ତାଲିମ ଦେବା ସହ ଚାଷ କରିବା ପ୍ରଣାଳୀ ଶିକ୍ଷା ଦିଆଯାଇଥିଲା । ପରେ ଏହି ଦୁଇ ଭାଇ ନିଜସ୍ବ ଉଦ୍ୟମରେ ପରିବାର ସହ ମିଶି ଗୋଟିଏ ଏକର ଜମିରେ ଫଳାଇଛନ୍ତି ଷ୍ଟ୍ରବେରୀ ।

ଏହି ସ୍ଥାନରେ ଷ୍ଟ୍ରବେରୀ ପ୍ୟାକେଟ୍ ପିଛାକୁ ୧୦୦ଟଙ୍କା ଦେବାକୁ ପଡିଥାଏ କହିଛନ୍ତି ମଙ୍ଗଳା ମୁଦୁଲି । ଏହାସହ ମଙ୍ଗଳାଙ୍କ କହିବା ଅନୁଯାଇ ବର୍ତ୍ତମାନ ସୁଧା ୪୦ ହଜାର ଟଙ୍କାର ଷ୍ଟ୍ରବେରୀ ବିକ୍ରି କରିସାରିଲେଣି । ଏଥିପାଇଁ ବଣ୍ଡା ଉର୍ଣ୍ଣୟନ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି ଏହି ବଣ୍ଡା ସଫଳ ଚାଷୀ । ଏଥିପାଇଁ ଗ୍ରାହକ ମଧ୍ୟ ବେଶ ଖୁସି । ନିଜ ଅଞ୍ଚଳରେ ବିଦେଶୀ ଫଳ ଫଳି ଥିବାରୁ ଆଗ୍ରହ ସହକାରେ ଆସି କିଣି ନେଉଛନ୍ତି ଷ୍ଟ୍ରବେରୀ ।

ଗୋଟିଏ ଏକର ଜମିରେ ୬ରୁ ୧୦ କ୍ବିଣ୍ଟାଲ ଷ୍ଟ୍ରବେରୀ ହେବା ସହ ଏହାର ବଜାର ଦର କିଲୋ ପିଛା ୩୦୦ ଟଙ୍କା ରହିଛି । ଏକ ଏକର ପିଛା ହାରାହାରି ୧୮ ଲକ୍ଷ ଟଙ୍କା ରୋଜଗାର କରିବ ଚାଷୀ । ଆଗାମୀ ଦିନରେ ବଣ୍ଡାଘାଟିରେ ଯେଉଁମାନେ ଏହି ଚାଷ ପାଇଁ ଇଛୁକ ହେବେ ସେମାନଙ୍କୁ ମଧ୍ୟ ତାଲିମ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପରୀକ୍ଷଣ ଭାବେ ଗୋଟିଏ ଏକର ଷ୍ଟ୍ରବେରୀ ଚାଷ କରାଯିବା ପରେ ବଣ୍ଡାଘାଟିରେ ଏହି ଚାଷ ପାଇଁ ପାଗ ଅନୁକୂଳ ଥିବା ଜଣାପଡିଛି । ଏହି ଚାଷ ପରେ ଅନେକ ବଣ୍ଡା ଆଗାମୀ ଦିନରେ ଏହି ଚାଷ କରିବାକୁ ଆଗେଇ ଆସୁଥିବାର ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.