ଟିଭି ଆଙ୍କରଙ୍କ ଫଟୋ ଦେଖି ଦିଓ୍ଵାନୀ ହେଲେ ଯୁବତୀ, ବାହା ହେବାକୁ କଲେ ଅପହରଣ

ଟିଭି ଆଙ୍କର ସିସ୍ତଲାଙ୍କୁ ବାହା ହେବାକୁ ମନ ବଳାଇ ତ୍ରିଶା ତାଙ୍କୁ ଅପହରଣ କରିନେବାକୁ ଯୋଜନା ରଚିଲେ । ୪ଜଣ ଲୋକଙ୍କ ସହାୟତା ଟିଭି ଆଙ୍କର ସିସ୍ତଲାଙ୍କୁ ଅପହରଣ କରିବା ପାଇଁ ତାଙ୍କ ଗତିବିଧି ଲକ୍ଷ୍ୟ କରିବା ସହିତ ତାଙ୍କ କାରରେ ଗୋଟାଏ ଟ୍ରାକିଂ ଡିଭାଇସ୍ ଲଗାଇଥିଲେ ।

ଯୁବତୀଙ୍କ ଅଜବ ନିଶା । ଟିଭି ଆଙ୍କରଙ୍କୁ ବିବାହ କରିବା ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଆଉ ଆଙ୍କର ଜଣକ ରାଜି ନ ହେବାରୁ ଅପହରଣ ପାଇଁ ନାଟକ ରଚିଥିଲେ । ଆଙ୍କରଙ୍କୁ ଉଠାଇ ନେଲେ ଆଉ ଏବେ ଧରାପଡିଲେ । ପୋଲିସ ମହିଳାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ।

ପୋଲିସ କହିବା ମୁତାବକ, ଡିଜିଟାଲ ମାର୍କେଟିଂ ବ୍ୟବସାୟ ଚଲାଉଥିବା ୩୧ ବର୍ଷୀୟ ଯୁବତୀ ତ୍ରିଶା ୨ ବର୍ଷ ପୂର୍ବେ ଏକ ମାଟ୍ରିମୋନିଆଲ ସାଇଟରେ ଟିଭି ଆଙ୍କର୍ ପ୍ରଣବ ସିସ୍ତଲାଙ୍କ ଫଟୋ ଦେଖିଥିଲେ । ପ୍ରାୟ ୨ ବର୍ଷ ଚାଟିଂ କରିବା ପରେ ସେ ସତ ଜାଣିପାରିଥିଲେ। ମାଟ୍ରିମୋନି ସାଇଟରେ ଅସଲ ଆକାଉଣ୍ଟ୍ ହୋଲ୍ଡର ନିଜ ଫଟୋ ନ ଦେଇ ପ୍ରୋଫାଇଲ୍ ପିକ୍ଚର ଭାବେ ଟିଭି ଆଙ୍କର୍ ସିସ୍ତଲାଙ୍କ ଫଟୋ ବ୍ୟବହାର କରିଛନ୍ତି ଯୁବତୀ ଜଣକ ଜାଣିପାରିଥିଲେ ।

ତା’ପରେ ତ୍ରିଶା ପ୍ରୋଫାଇଲ୍ ସର୍ଚ୍ଚ କରି ସିସ୍ତଲାଙ୍କ ଫୋନ୍ ନମ୍ବର ପାଇଥିଲେ । ଆଙ୍କରଙ୍କ ସହିତ ସେ ଇନ୍ଷ୍ଟାଗ୍ରାମରେ ଯୋଗଯୋଗ କରିଥିଲେ । କ‌ୌଣସି ଅଜ୍ଞାତ ବ୍ୟକ୍ତି ମାଟ୍ରିମୋନି ସାଇଟରେ ତାଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଫଟୋ ଲଗାଇ ଦେଇଥିବା ଟିଭି ଆଙ୍କର ସିସ୍ତଲାଙ୍କୁ କହିଥିଲେ ଯୁବତୀ । ସେ ଏ ମାମଲାରେ ସାଇବର୍ କ୍ରାଇମ୍ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏହା ପରେ ମଧ୍ୟ ତ୍ରିଶା ଟିଭି ଆଙ୍କରଙ୍କ ପାଖକୁ ମେସେଜ ପଠାଉଥିଲେ ଆଉ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ସିସ୍ତଲା ତ୍ରିଶାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ତାଙ୍କ ଫୋନ୍ ନମ୍ବର ବ୍ଲକ କରିଦେଇଥିଲେ ।

ତେବେ ସିସ୍ତଲାଙ୍କୁ ବାହା ହେବାକୁ ମନ ବଳାଇ ତ୍ରିଶା ତାଙ୍କୁ ଅପହରଣ କରିନେବାକୁ ଯୋଜନା ରଚିଲେ । ୪ଜଣ ଲୋକଙ୍କ ସହାୟତା ଟିଭି ଆଙ୍କର ସିସ୍ତଲାଙ୍କୁ ଅପହରଣ କରିବା ପାଇଁ ତାଙ୍କ ଗତିବିଧି ଲକ୍ଷ୍ୟ କରିବା ସହିତ ତାଙ୍କ କାରରେ ଗୋଟାଏ ଟ୍ରାକିଂ ଡିଭାଇସ୍ ଲଗାଇଥିଲେ ।

ଏହାପରେ ଫେବୃଆରୀ ୧୧ ତାରିଖ ଦିନ ୪ଜଣ ସିସ୍ତଲାଙ୍କୁ ଅପହରଣ କରି ତ୍ରିଶାଙ୍କ ଅଫିସକୁ ନେଇ ନିର୍ଧୁମ୍ ଛେଚିଲେ । ଜୀବନ ବିକଳରେ ଆଙ୍କର ସିସ୍ତଲା ତ୍ରିଶାଙ୍କ ଫୋନ୍ ରିସିଭ୍ କରିବେ ବୋଲି ରାଜି ହେବାରୁ ତାଙ୍କୁ ଛାଡ଼ିଥିଲେ । ପରେ ଆଙ୍କର ସିସ୍ତଲା ଉପ୍ପଲ୍ ଥାନାରେ ଏନେଇ ଅଭିଯୋଗ ଦାଖଲ କରିଥିଲେ । ପରେ ପୋଲିସ ତ୍ରିଶାଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ପୋଲିସ ଯୁବତୀଙ୍କ ଉପରେ ୩୬୩(ଅପହରଣ), ୩୪୧, ୩୪୨ ଆଇପିସି ଧାରା ଲଗାଇ ମାମଲା ଦାୟର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.