Below header

ଜାହିରାରେ ଧୁମ୍‌ ଧାମ୍‌ରେ ଚାଲିଛି ଆଦିବାସୀ ପରିବାର ବାହାବଙ୍ଗା ପୂଜା

ମନରେ ବିଶ୍ବାସ ଓ ପୂର୍ବପୁରୁଷଙ୍କ ପ୍ରଥା ପରମ୍ପରାକୁ ଭୁଲି ନାହାଁନ୍ତି ଏମାନେ । ସେଥିପାଇଁ ତ ବର୍ଷକୁ ଥରେ ଏହି ବାହାବଙ୍ଗା ପୂଜା କରିଥାନ୍ତି। ବୁଢ଼ା ଠୁ ଛୁଆ ଓ ମହିଳା ମାନେ ଏ ପୂଜାକୁ ବେଶ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଆଦିବାସୀ ପରିବାର ପୂଜା ବାହାବଙ୍ଗା ।

ଉଦଳା(କେନ୍ୟୁଜ୍‌): ମନରେ ବିଶ୍ବାସ ଓ ପୂର୍ବପୁରୁଷଙ୍କ ପ୍ରଥା ପରମ୍ପରାକୁ ଭୁଲି ନାହାଁନ୍ତି ଏମାନେ । ସେଥିପାଇଁ ତ ବର୍ଷକୁ ଥରେ ଏହି ବାହାବଙ୍ଗା ପୂଜା କରିଥାନ୍ତି। ବୁଢ଼ା ଠୁ ଛୁଆ ଓ ମହିଳା ମାନେ ଏ ପୂଜାକୁ ବେଶ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଆଦିବାସୀ ପରିବାର ପୂଜା ବାହାବଙ୍ଗା । ମନରେ ବିଶ୍ବାସ ଥିବାରୁ ଗାଁ ରେ ପୂଜା ପାଇଁ ହୋଇଛନ୍ତି ଏକଜୁଟ । ବର୍ଷକୁ ଥରେ ଏହି ପୂଜା କରୁଥିବାରୁ ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ବହୁତ୍‌ ଖୁସି ।

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୧୧ନମ୍ବର ୱାର୍ଡର ଜାହିରା । ଜାହିରାରେ ଧୁମ୍‌ ଧାମ୍‌ରେ ଚାଲିଛି ଆଦିବାସୀ ପରିବାର ବାହାବଙ୍ଗା ପୂଜା । ଶାଳ ଗଛର ସୁନ୍ଦର ପରିବେଶ ଭିତରେ ଚାଲିଛି ଆଦିବାସୀ ପରିବାରଙ୍କ ଏହି ବାହାବଙ୍ଗା ପୂଜା। ପ୍ରତେକ ବର୍ଷ ଏହି ଦିନ ରେ ବାହାବଙ୍ଗା ପୂଜାକୁ ପାଳନ କରିଥାନ୍ତି ଆଦିବାସୀ ପରିବାର। ସକାଳୁ ଗାଧେଇ ନୂଆ ବସ୍ତ୍ର ପରିଧାନ କରି ଏହି ଜାହିରା ପାଖରେ ଏକଜୁଟ ହୁଅନ୍ତି। ବିଶେଷ କରି ଗାଁ ରେ ବିଭିନ୍ନ ରୋଗ ନହେବା, କୁକୁଡ଼ା ମେଣ୍ଢା ଓ ଛେଳି ମାନଙ୍କୁ ରୋଗ ନେବା ପାଇଁ ଏହି ପୂଜା କରାଯାଏ ବୋଲି କହିଛନ୍ତି ଗ୍ରାମବାସୀ। ଏହି ପରି କି ପୂଜା ନ ହେବା ପର୍ଯ୍ୟନ୍ତ ଗଛର ପତ୍ର କି ଫୁଲ ମଧ୍ୟ ବ୍ୟବହାର ହୁଏ ନାହିଁ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ନିଜର ପୂର୍ବପୁରୁଷ ମାନେ ପୂଜା କରୁଥିଲେ ସେ ବିଶ୍ବାସ ପାଇଁ ଆମେ ବି କରୁଛୁ ପୂଜା।

ତେବେ ବହୁ ଦିନ ଧରି ଆଦିବାସୀ ପରିବାରର ପୂର୍ବ ପୁରୁଷ ମାନେ ଏହି ପୂଜା କରି ଆସୁଥିବା ବେଳେ ସେହି ପ୍ରଥା ଓ ମନରେ ବିଶ୍ବାସ ରଖି ପୂଜା କରୁଛନ୍ତି ଆଦିବାସୀ ପରିବାର । ଆଦିବାସୀ ପ୍ରଥା ପରମ୍ପରା ଅନୁଯାୟୀ ଗାଁ ର ପୂଜକ ବା ମାଝୀହାଡାମ କରିଥାନ୍ତି ପୂଜା । ପୂଜାରେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ କୁକୁଡ଼ା, ମେଣ୍ଢା ଓ ଛେଳିକୁ ବଳି ପକାଯାଏ । ଦିନ ତମାମ ପୂଜା ଚାଲିଥିବା ବେଳେ ସନ୍ଧ୍ୟାରେ ନାଚଗୀତରେ ମଜି ଯାଇଥାନ୍ତି ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.