ପ୍ରତିଦିନ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ସବୁ ଜିନିଷ, ନିଦ ନହେବା ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିକାଲି ଲୋକଙ୍କୁ ରାତିସାରା ନିଦ ନହେବା ଯୋଗୁ ସେମାନେ ଅନେକ ରୋଗରେ ପଡୁଛନ୍ତି । ଲୋକମାନେ ଯେପରି ମେଣ୍ଟାଲ ଷ୍ଟ୍ରେସ୍‌, ଆର୍ଟ ଆଟାକ ଏବଂ ଡିପ୍ରେସନ୍‌ ଭଳି ଜିନିଷ ଯୋଗୁ ନିଦ ନହେବା ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଆପଣମାନେ ଏପରି ଖାଦ୍ୟ ଖାଇବାକୁ ଚେଷ୍ଟା କରିବା ଉଚିତ, ଯେଉଁଥିରେ ଟ୍ରାଇପଟୋଫାନ୍ ଅଧିକ ପରିମାଣରେ ଥିବ ।

ଆଜିକାଲି ଅନେକ ଲୋକଙ୍କ ପାଇଁ ନିଦ ନହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଲୋକଙ୍କୁ ରାତିସାରା ନିଦ ନହେବା ଯୋଗୁ ସେମାନେ ଅନେକ ରୋଗରେ ପଡୁଛନ୍ତି । ଲୋକମାନେ ଯେପରି ମେଣ୍ଟାଲ ଷ୍ଟ୍ରେସ୍‌, ଆର୍ଟ ଆଟାକ ଏବଂ ଡିପ୍ରେସନ୍‌ ଭଳି ଜିନିଷ ଯୋଗୁ ନିଦ ନହେବା ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଆପଣମାନେ ଏପରି ଖାଦ୍ୟ ଖାଇବାକୁ ଚେଷ୍ଟା କରିବା ଉଚିତ, ଯେଉଁଥିରେ ଟ୍ରାଇପଟୋଫାନ୍ ଅଧିକ ପରିମାଣରେ ଥିବ । ଯାହାଫଳରେ ଆପଣଙ୍କୁ ନିଦ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ବାସ୍ତବରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍‌ର ଏକ ରିପୋର୍ଟ ଅନୁସାରେ, ଶୋଇବାର ୪୫ ମିନିଟ୍ ପୂର୍ବରୁ ଟ୍ରାଇପଟୋଫାନ୍ ଖାଇବା ଦ୍ୱାରା ନିଦ ହେବାରେ ସହାୟକ ହୋଇଥାଏ । ତେବେ କୁକୁଡ଼ା ଏବଂ ଦୁଗ୍ଧ ତଥା ବାଦାମ ମଞ୍ଜି, ଶସ୍ୟ ଏବଂ ଲେମ୍ବୁରେ ମିଳୁଥିବା ଟ୍ରାଇପଟୋଫାନ୍ ହେଉଛି ଏକ ଜରୁରୀ ଆମିନୋ ଏସିଡ୍ । ଯାହା ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ ।

ଶରୀରରେ ମେଲାଟୋନିନ୍ ଏବଂ ସେରୋଟୋନିନ୍ ଉତ୍ପାଦନ ପାଇଁ ଟ୍ରାଇପଟୋଫାନ୍ ଭଲ କାମ କରେ । ମେଲାଟୋନିନ୍ ସ୍ଲିପିଙ୍ଗ୍‌ ସାଇକେଲ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଏବଂ ସେରୋଟୋନିନ୍ ଭୋକ, ଶୋଇବା, ମନୋବଳ ଏବଂ ଯନ୍ତ୍ରଣାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ, ଏହି ଖାଦ୍ୟଗୁଡ଼ିକରେ ଟ୍ରାଇପଟୋଫାନ ମିଳିଥାଏ, ଯାହାଫଳରେ ଶୋଇବାରେ ଆମକୁ ଅନେକ ସହାୟକ ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ସବୁ ଖାଦ୍ୟା ଖାଇବା ଦ୍ୱାରା ଆମକୁ ଭଲ ନିଦ ହୋଇଥାଏ ।

କଦଳୀ ଏବଂ ମହୁ :
ଶୋଇବା ପୂର୍ବରୁ ମହୁ ସହିତ କଦଳୀ ମିଶାଇ ଖାଆନ୍ତୁ, ଦେଖିବେ ଏହା ସହଜରେ ଶୋଇବାରେ ସହାୟକ କରିଥାଏ । ବାସ୍ତବରେ କଦଳୀରେ ଟ୍ରାଇପଟୋଫାନ୍ ଅଛି ଯାହା ନିଦକୁ ବଢାଇଥାଏ । ତେଣୁ ମହୁ ଖାଇବା ଦ୍ୱାରା ଓରେକ୍ସିନ ରିସେପ୍ଟର ଶାନ୍ତ ହୋଇଥାଏ ଯାହା ମସ୍ତିଷ୍କକୁ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ଟିଭ ରଥିଥାଏ । ଏହା କରିବା ଦ୍ୱାରା କିଛି ସମୟ ମଧ୍ୟରେ ନିଦ ଆସିଯିବ ଏବଂ ଆପଣ ଶୀଘ୍ର ଶୋଇଯିବେ ।

ବାଦାମ :
ବାଦାମରେ ହେଲଦି ଫ୍ୟାଟ୍‌ ଥାଏ ଯାହା ଆମିନୋ ଏସିଡ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ହୋଇଥାଏ । ଯାହା ଆପଣଙ୍କୁ ଶୀଘ୍ର ଶୋଇବାରେ ସାହାଯ୍ୟ କରେ ନାହିଁ ବରଂ ଆପଣଙ୍କ ନିଦ୍ରାର ହେବାକୁ ଦେଇନଥାଏ । ଯଦି ଆପଣ ଏକ ଗ୍ଲାସ୍ ଗରମ କ୍ଷୀର ସହିତ ମହୁ ଏବଂ କିଛି ବାଦାମ ମିଶାଇ ପିଅନ୍ତି । ତେବେ ଆପଣଙ୍କୁ ଶୀଘ୍ର ନିଦ ଆସିଯିବ ।

ଶୋଇବା ପୂର୍ବରୁ ୧ ଗ୍ଲାସ୍ କ୍ଷୀର ପିଅନ୍ତୁ :
ଟ୍ରାଇପଟୋଫାନ୍ ତିଆରି କରିବା ପାଇଁ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ । ଯଦି ଆପଣ ରାତିରେ ଏକ ଗ୍ଲାସ୍ କ୍ଷୀର ପିଅନ୍ତି, ତେବେ ଏହା ଆପଣଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଶୀଘ୍ର ନିଦ ଆସିଥାଏ । ତେଣୁ ଯଦି ଆପଣ ଶୋଇପାରୁ ନାହାଁନ୍ତି ତେବେ ଏହି ଜିନିଷଗୁଡିକ ଖାଇବା ଆରମ୍ଭ କରନ୍ତୁ । ଯାହାଫଳରେ ଶରୀରରେ ଏହାର ପ୍ରଭାବକୁ ଆପଣ ସହଜରେ ଦେଖିପାରିବେ । ସେଥିପାଇଁ ପ୍ରତିଦିନ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତୁ ଯାହା ଆପଣଙ୍କୁ ଭଲ ନିଦ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.