Below header

ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ ଓ କ୍ରିତି, ସାମ୍ନାକୁ ଆସିଲା ମ୍ୟାରେଜ୍‌ ଫଟୋ

ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ମାର୍ଚ୍ଚ ୧୫ ଅର୍ଥାତ୍‌ ଶୁକ୍ରବାର ଦିନ ଗୁରୁଗାଓଁରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ନବ ବିବାହିତ ଦମ୍ପତିଙ୍କ ବିବାହର ଫାଷ୍ଟ ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ବଲିଉଡ ଷ୍ଟାର କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ କ୍ଲୋଜ୍‌ ଫ୍ରେଣ୍ଡ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ମାର୍ଚ୍ଚ ୧୫ ଅର୍ଥାତ୍‌ ଶୁକ୍ରବାର ଦିନ ଗୁରୁଗାଓଁରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ନବ ବିବାହିତ ଦମ୍ପତିଙ୍କ ବିବାହର ଫାଷ୍ଟ ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ବଲିଉଡର ଅନ୍ୟତମ ପପୁଲାର କପଲ ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦଙ୍କ ବିବାହ ଫଟୋରେ ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତେବେ ବିବାହର ଫଟୋକୁ ଏହି କପଲ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି ।

ମାର୍ଚ୍ଚ ୧୬ ରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ବିବାହର ଫଟୋ ସେୟାର କରିଛନ୍ତି । ଏହି ଦମ୍ପତି ନିଜ ବିବାହର ପ୍ରଥମ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ପୁଲକିତ ଏବଂ କ୍ରିତିଙ୍କ ବିବାହ ଫଟୋରେ ଦେଖିପାରିବେ ଯେ ଦୁଇ ଜଣ ତାଙ୍କ ବିବାହ ହେଉଥିବା ସ୍ଥାନକୁ ଗ୍ରାଣ୍ଡ ଏଣ୍ଟ୍ରି କରୁଛନ୍ତି । ଏହା ସହ ଏହି କପଲ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏହା ବ୍ୟତୀତ ଏହି ଦୁଇଜଣଙ୍କ ଫ୍ୟାନ୍ସ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟଙ୍କ ବିବାହ ଫଟୋରେ ଏହି ଦମ୍ପତିଙ୍କୁ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ କ୍ରିତି ତାଙ୍କ ବିବାହରେ ପିଙ୍କ୍‌ କଲରର ଲେହେଙ୍ଗା ପିନ୍ଧିଥିବାବେଳେ ଅଭିନେତା ପୁଲକିତ ଏକ ଧଳା ଶେରୱାନି ପିନ୍ଧିଥିଲେ । ତେବେ ଅଭିନେତାଙ୍କ ଶେରୱାନି ବହୁତ ସ୍ୱତନ୍ତ୍ର ଥିଲା । ବାସ୍ତବରେ ପୁଲକିତଙ୍କ ଶେରୱାନିରେ ଅନେକ ମନ୍ତ୍ର ଲେଖାଯାଇଥିଲା । ଯେଉଁ କାରଣରୁ ତାଙ୍କ ଶେରଓ୍ଵାନି ସମସ୍ତଙ୍କ ଠାରୁ ଭିନ୍ନ ଥିଲା ।

ସୂଚନା ମୁତାବକ, ଅଭିନେତା ପୁଲକିତ ସମ୍ରାଟଙ୍କୁ ଶେଷ ଥର ପାଇଁ ‘ଫୁକ୍ରେ ୩’ରେ ଦେଖିବାକୁ ମିଳିଥିଲା । ତେବେ ସେ କ୍ରିତି ଖରବନ୍ଦାଙ୍କୁ ବହୁତ ଦିନ ଧରି ଡେଟ କରୁଥିଲେ । ଦୁହେଁ ବହୁତ ଦିନ ପୂର୍ବରୁ ସମସ୍ତଙ୍କ ସାମ୍ନାରେ ନିଜର ଲଭ୍‌ ଷ୍ଟୋରି ବିଷୟରେ କରିଥିଲେ । ଯାହା ଫଳରେ ସେମାନେ ବହୁତ ସମୟ ଧରି ଲାଇମଲାଇଟ୍ ରହିଥିଲେ । ଅନେକ ଦିନ ଧରି ଡେଟ୍‌ କଲା ପରେ ଏବେ ଏହି ଦୁଇ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

 

View this post on Instagram

 

A post shared by Kriti Kharbanda (@kriti.kharbanda)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.