ଭିସୁଟ କଲେଜରେ ଆଧୁନିକ ପୋଷାକ ପିନ୍ଧିବା ମନା, କୁଳପତିଙ୍କ କଟକଣା
ଭିସୁଟରେ ଛୋଟ ଡ୍ରେସକୁ ନା' । ବସନ୍ତ ଉତ୍ସବ ପାଇଁ ଭିସୁଟ କୁଳପତିଙ୍କ କଟକଣା । ଆଧୁନିକ ଡ୍ରେସ ବଦଳରେ ପାରମ୍ପରିକ ପୋଷାକ ପିନ୍ଧି ଆସିବାକୁ ନୋଟିସ । ଯଦି କୌଣସି ଛାତ୍ରଛାତ୍ରୀ ଏହି ନିୟମ ନମାନି ଭିସୁଟକୁ ଆସନ୍ତି ତେବେ ସେମାନହ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯବ।
ସମ୍ବଲପୁର (କେନ୍ୟୁଜ): ଭିସୁଟରେ ଛୋଟ ଡ୍ରେସକୁ ନା’ । ବସନ୍ତ ଉତ୍ସବ ପାଇଁ ଭିସୁଟ କୁଳପତିଙ୍କ କଟକଣା । ଆଧୁନିକ ଡ୍ରେସ ବଦଳରେ ପାରମ୍ପରିକ ପୋଷାକ ପିନ୍ଧି ଆସିବାକୁ ନୋଟିସ । ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଆଧୁନିକ ପୋଷାକ କିମ୍ବା ଛୋଟ ଡ୍ରେସ ପରିଧାନକୁ ବାରଣ କରାଯାଇଛି । ଏନେଇ ନୋଟିସ ଜରିଆରେ ଜଣାଇଛନ୍ତି ଭିସୁଟ କୁଳପତି ।
ଯଦି କୌଣସି ଛାତ୍ରଛାତ୍ରୀ ଏହି ନିୟମ ନମାନି ଭିସୁଟକୁ ଆସନ୍ତି ତେବେ ସେମାନହ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯବ । ଏପରିକି ତାଙ୍କୁ ବିଶ୍ବବିଦ୍ୟାଳୟ ଗେଟ୍ ବାହାରେ ରଖାଯିବ। କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ ।