ଗୁଜରାଟ ଟାଇଟନ୍ସକୁ ମିଳିଲା ନୂଆ ଖେଳାଳି, ମହମ୍ମଦ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ଓ୍ଵାରିୟର

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା ଲାଗିଛି । ଷ୍ଟାର ଖେଳାଳି ମହମ୍ମଦ ଶାମି ଆହତ ହେବା ପରେ ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି ଗୁଜରାଟ । ଶାମିଙ୍କ ସ୍ଥାନରେ ସନ୍ଦୀପ ଓ୍ଵାରିୟର ଗୁଜରାଟ ପାଇଁ ଖେଳିବେ । ଭାରତ ପାଇଁ ସନ୍ଦୀପ ୨୦୨୨ରେ ଟି ୨୦ ଡେବ୍ୟୁ କରିଥିଲେ ।

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା ଲାଗିଛି । ଷ୍ଟାର ଖେଳାଳି ମହମ୍ମଦ ଶାମି ଆହତ ହେବା ପରେ ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି ଗୁଜରାଟ । ଶାମିଙ୍କ ସ୍ଥାନରେ ସନ୍ଦୀପ ଓ୍ଵାରିୟର ଗୁଜରାଟ ପାଇଁ ଖେଳିବେ । ଭାରତ ପାଇଁ ସନ୍ଦୀପ ୨୦୨୨ରେ ଟି ୨୦ ଡେବ୍ୟୁ କରିଥିଲେ । ଆଉ ଘେରାଇ କ୍ରିକେଟରେ ତାମିଲନାଡୁକୁ ପ୍ରତିନିଧିତ୍ୱ କରୁଥିଲେ ।

ଆଇପିଏଲରେ ସନ୍ଦୀପ କୋଲକତା ନାଇଟ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଟିମରେ ଖେଳିଛନ୍ତି । ଏବେ ଶାମିଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସ ଟିମରେ ସାମିଲ ହୋଇଛନ୍ତି । ବିଶ୍ୱକପ ସମୟରେ ଆହତ ହୋଇଥିଲେ ଭାରତୀୟ ଟିମ ତଥା ଗୁଜରାଟ ଟାଇଟନ୍ସର ଷ୍ଟାର ବୋଲର ମହମ୍ମଦ ଶାମି । ତେଣୁ ବର୍ତ୍ତମାନ ତାଙ୍କ ସ୍ଥାନରେ କୋଲକାତାର ପୂର୍ବତନ କ୍ରିକେଟର ସନ୍ଦୀପ ୱାରିୟର ଏବେ ଗୁଜୁରାଟ ସହ ଯୋଡ଼ି ହୋଇଛନ୍ତି ।

୨୦୧୯ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ ସନ୍ଦୀପ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରିଛି । ତେବେ ଏହି ୫ଟି ମ୍ୟାଚରୁ ସେ ମୋଟ ୨ଟି ୱିକେଟ ହାସଲ କରିଛନ୍ତି । ଶାମିଙ୍କ ଗୋଇଠିରେ ଆଘାତ ଯୋଗୁଁ ତାଙ୍କର ସର୍ଜରୀ କରାଯାଇଛି, ଯାହା ଫଳରେ ସେ ଆଇପିଏଲ ଏବଂ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଏହାପରେ ଶାମିଙ୍କ ସ୍ଥାନରେ ସନ୍ଦୀପଙ୍କୁ ୫୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ ଗୁଜୁରାଟରେ ସାମିଲ କରାଯାଇଛି ।

ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୨୪ ମାର୍ଚ୍ଚରେ ମ୍ୟାଚ ଖେଳାଯିବ । ଏହା ଟିମର ପ୍ରଥମ ମ୍ୟାଚ । ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.