ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର। ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି। ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ନିକଟରେ ଜାନୁଆରୀ ୧ ତାରିଖରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଥିଲା ବିଜେଡିର ବହିଷ୍କାର ଆଦେଶ । ୨୦୧୮ ସେପ୍ଟେମ୍ବରରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର ଆଦେଶକୁ ଉଠାଇ ନେଇଛନ୍ତି । ସାତଥର ବିଧାୟକ ଦାମୋ ରାଉତ ୧୯୭୭ ମସିହାରେ ପ୍ରଥମେ ବିଧାୟକ ଭାବେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ ।  ପରେ ୨୦୦୦ରୁ ୨୦୧୯ ମସିହା ଯାଏ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ ।  ଅନେକ ଥର ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ ଦାମୋଦର । ତାଙ୍କୁ ୨୦୧୮ରେ ବିଜେଡିରୁ ବହିଷ୍କାର କରାଯାଇଥିଲା।  ପରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଏରସମା-ବାଲିକୁଦା ଆସନରୁ ଲଢ଼ି ହାରି ଯାଇଥିଲେ । ପରେ ବିଜେପି ଦଳ ଛାଡ଼ିଥିଲେ ଦାମୋଦର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.