Below header

ଚୋରଙ୍କ ଟାର୍ଗେଟରେ ମନ୍ଦିର, ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ହେଉଛନ୍ତି ଫେରାର

ଲୋକମାନେ ନିଜ ଘରେ ହେଉଥିବା ଚୋରିକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାଉଉନ୍ତି । ଫଳରେ ଚୋରମାନେ ଚୋରି କରିବା ପାଇଁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ଆଉ ଠାକୁରଙ୍କ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ଫେରାର ମାରୁଛନ୍ତି ଚୋର ।

ବଢ଼ିଚାଲିଛି ଲୁଟର ପ୍ରଭାବ । କେତେବେଳେ ଲୋକଙ୍କ ଘରେ ଚୋରି ହେଉଛି ତ କେତେବେଳେ ଦୋକାନରୁ ହେଉଛି ଚୋରି । ଲୋକମାନେ ନିଜ ଘରେ ହେଉଥିବା ଚୋରିକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାଉଉନ୍ତି । ଫଳରେ ଚୋରମାନେ ଚୋରି କରିବା ପାଇଁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ଆଉ ଠାକୁରଙ୍କ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ଫେରାର ମାରୁଛନ୍ତି ଚୋର ।

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରୁ ହୋଇଛି ଚୋରି । ଗ୍ୟାସ କଟର ସାହାଯ୍ୟରେ ହୁଣ୍ଡି କାଟି ସବୁତକ ଟଙ୍କାକୁ ଚୋରି କରି ଫେରାର ମାରିଛନ୍ତି ଦୁବୁର୍ତ୍ତ । ନୀଳଗିରି ଥାନା ଅଧୀନସ୍ଥ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରୁ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁବୁର୍ତ୍ତ। ସକାଳୁ ସକାଳୁ ଟ୍ରଷ୍ଟର ସଦସ୍ୟମାନେ ଏସବୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା । ବିଗତ ୬ ମାସ ଧରି ହୁଣ୍ଡି ବାକ୍ସ ଖୋଲା ଯାଇନଥିବା ବେଳେ ଦୁବୁର୍ତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅନୁମାନ କରାଯାଉଛି ।

ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ସୋର ଥାନା ବାଳଙ୍ଗ ଗ୍ରାମ ପଞ୍ଚାୟତ ସିମୁଳିଆ ତ୍ରିଲୋଚନେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନ ବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି l ସୁନା ଅଳଙ୍କାର ମଧ୍ୟରେ ୯ଟି ସୁନା କଲରା, ରୂପା କଠଉ, ରୂପା ତ୍ରିଶୂଳ, ରୂପା ଡମ୍ବୁରୁ, ଚିଲମ, ନନ୍ଦୀଙ୍କ ବାଦ୍ୟ, ବେଲ ପତ୍ର, ରୂପା ଷ୍ଟାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଯାଇଛି l ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ସେହିପରି ଫତେଗଡ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରକୁ ବି ଚୋରମାନେ ଛାଡ଼ି ନାହାନ୍ତି । ମନ୍ଦିରରୁ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ୱିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ରୂପା ଲୁଟିନେଇଛନ୍ତି ଦୁବୁର୍ତ୍ତ । ନୟାଗଡ ଜିଲ୍ଲା ଫତେଗଡ ଥାନା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଗତ ମାସରେ ନୂତନ ଭାବେ ଫତେଗଡ ଗିରିଗୋବର୍ଦ୍ଧନ ପାହାଡ ଉପରେ ନିର୍ମିତ ହୋଇଥିଲା ଶ୍ରୀରାମ ମନ୍ଦିର । ଏହି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି କରି ଦୁବୁର୍ତ୍ତମାନେ ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ଫତେଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସକାଳୁ ମନ୍ଦିରପୂଜକ ପୂଜା କରିବାକୁ ମନ୍ଦିର କୁ ଆସିଥବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ। ତେବେ ହୁଣ୍ଡିରେ ଭକ୍ତ ଦାନ ଦେଇଥିବା ଟଙ୍କା, ସୁନା, ରୂପା ଏବଂ ଅନ୍ୟାନ୍ୟ ଜିନିଷକୁ ଦୁବୁର୍ତ୍ତ ମାନେ ଚୋରି କରିନେଇଥିବା ଜଣା ପଡ଼ିଛି । ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଆଜିକାଲି ଏଭଳି ଲୁଟ ମାମଲା ଖୁବ ସାଧାରଣ ହୋଇଗଲାଣି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.