Below header

ଲାଉ ରାଇତା ପେଟକୁ ରଖିଥାଏ ଥଣ୍ଡା, ଡାଏଟ୍‌ରେ ସାମିଲ କରନ୍ତୁ ମିଳିବ ଅନେକ ଲାଭ

ଲାଉ ହାର୍ଟକୁ ସୁସ୍ଥ ରଖିବା ସହ ଓଜନ କମ୍‌ କରିବ ଏବଂ ଡାଇବେଟିସ୍‌ରେ ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏତେଗୁଡ଼ିଏ ଲାଭ ରହିବା ପାରେ ମଧ୍ୟ ଲୋକମାନେ ଲାଉ ଖାଇବା ଠାରୁ ଦୂରେଇ ରୁହନ୍ତି । ତେବେ ଲାଉ ରାଇତା ଅତ୍ୟନ୍ତ ହେଲଦି ଏବଂ ପେଟ ପାଇଁ ଉପକାରୀ ମଧ୍ୟ ହୋଇଥାଏ ।

ସ୍ୱାସ୍ଥ୍ୟ ପାଇଁ ଲଉ ଏକ ଲାଭଦାୟକ ପରିବା ହୋଇଥାଏ । ତେବେ ଲାଉ ହାର୍ଟକୁ ସୁସ୍ଥ ରଖିବା ସହ ଓଜନ କମ୍‌ କରିବ ଏବଂ ଡାଇବେଟିସ୍‌ରେ ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏତେଗୁଡ଼ିଏ ଲାଭ ରହିବା ପାରେ ମଧ୍ୟ ଲୋକମାନେ ଲାଉ ଖାଇବା ଠାରୁ ଦୂରେଇ ରୁହନ୍ତି । କିଛି ଲୋକ ଲାଉ ନାମ ଶୁଣିବା ମାତ୍ରେ ଆନକ ପ୍ରକାରର ବିଚିତ୍ର ମୁହଁ ତିଆରି କରିବା ଆରମ୍ଭ କରନ୍ତି ।

ତେବେ ଲୋକମାନେ ଲାଉକୁ ରୋଷେଇ କରି ଖାଇବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଆପଣ ଲାଉରେ ରାଇତା ତିଆରି କରି ଏହାକୁ ଖାଇପାରିବେ । ଲାଉ ରାଇତା ଅତ୍ୟନ୍ତ ହେଲଦି ଏବଂ ପେଟ ପାଇଁ ଉପକାରୀ ମଧ୍ୟ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ । ଗ୍ରୀଷ୍ମ ଋତୁରେ ପେଟକୁ ଥଣ୍ଡା ରଖିବାରେ ଲାଉ ରାଇତା ସାହାଯ୍ୟ କରିଥାଏ । ସେଥିପାଇଁ ମଧ୍ୟାହ୍ନ ଭୋଜନରେ ଆପଣ ଲାଉ ରାଇତା ଅନ୍ତର୍ଭୂକ୍ତ କରିବା ଜରୁରୀ । ଏହା ଆପଣଙ୍କ ମଧ୍ୟାହ୍ନ ଭୋଜନର ସ୍ୱାଦ ବଢାଇବ । ତାହେଲେ ଆସନ୍ତୁ ଜାଣିବା ଯେ ଲାଉ ରାଇତା କିପରି ତିଆରି କରିବେ ।

ଲାଉ ରାଇତା ପ୍ରସ୍ତୁତ କରିବାର ରେସିପି :
ଲାଉ ରାଇତା ତିଆରି କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଲାଉକୁ ଛେଲି ବଡ଼ ଖଣ୍ଡରେ କାଟିବାକୁ ପଡିବ । ଏହା ପରେ ଲାଉକୁ କୁକରରେ ରଖନ୍ତୁ ଏବଂ ପ୍ରାୟ ୧ କପ୍‌ ପାଣି ମିଶାନ୍ତୁ । ତାପରେ ୨ଟି ସିଟି ଆସିବା ପଯ୍ୟନ୍ତ ଲାଉକୁ ଗ୍ୟାସ୍‌ରେ ବସାନ୍ତୁ । ଏହା ସହ ସେଥିରେ ଦହି ମଧ୍ୟ ସାମିଲ କରିପାରିବେ । ଯାହା ଦ୍ୱାରା ରାଇତାର ସ୍ୱାଦ ଆହୁରି ବଢି ଯିବ । ତେବେ ଏହି ସବୁ ଜିନିଷକୁ ଭଲ ଭାବେ ମିଶାନ୍ତୁ । ଏଥିପାଇଁ ଆପଣ ଏକ ମାଶର୍ ମଧ୍ୟ ବ୍ୟବହାର କରିପାରିବେ ।

ଏହା ପରେ ରାଇତା ପାଇଁ ତଡକା ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଆପଣ ଏକ ଚାମଚରେ ସୋସିଷ ତେଲରେ ହେଙ୍ଗୁ ଏବଂ ଜିରା ପକାଇ ଭଲ ଭାବରେ ଭାଜନ୍ତୁ । ତାପରେ ସେଥିରେ କଟା ରସୁଣ ଏବଂ ୧ ଟି କଟା ଲଙ୍କା ପକାନ୍ତୁ । ତାପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଘରେ ଥିବା ଅନ୍ୟ କିଛି ମସଲା ମଧ୍ୟ ସାମିଲ କରନ୍ତୁ । ଏହା ପରେ ତୁରନ୍ତୁ ତଡକା ଦେବା ମାତ୍ରେ ରାଇତାକୁ ଘୋଡାଇ ଦିଅନ୍ତୁ । ତେବେ ଏହି ରାଇତା ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ । ଏହା ବ୍ୟତୀତ ଓଜନ କମ୍‌ ପାଇଁ ଲାଉ ରାଇତା ମଧ୍ୟ ଏକ ଭଲ ଉପାୟ ହୋଇଥାଏ । ସେଥିପାଇଁ ଯଦି ଆପଣ ଏହି ଗ୍ରୀଷ୍ମରେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି, ତାହେଲେ ଆଜିଠାରୁ ହିଁ ନିଜ ଡାଏଟ୍‌ରେ ଏହି ଲଉ ରାଇତା ସାମିଲ କରନ୍ତୁ । ଦେଖିବେ ଆପଣଙ୍କୁ ବହୁତ ପ୍ରକାରର ଫାଇଦା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.