ବଢ଼ିବ ଦରମା, କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣୁଛନ୍ତି ସରକାର

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା EPFO ଅଧିନରେ ସାମାଜିକ ସୁରକ୍ଷାର ପରିସର ବଢ଼ାଇବାକୁ ସରକାର ଯୋଜନା କରୁଛନ୍ତି । ଏହି ଯୋଜନା ଅଧିନରେ PF ଆକାଉଣ୍ଟରେ ଯୋଗଦାନ ପାଇଁ ସର୍ବନିମ୍ନ ବେତନ ସୀମା ଅର୍ଥାତ୍ ମୌଳିକ ଦରମା ୧୫,୦୦୦ ରୁ ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରିବ ।

ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । କର୍ମଚାରୀଙ୍କ ପାଇଁ ସରକାର ସବୁବେଳେ ଅନେକ ସୁବିଧା ଆଣିଥାନ୍ତି । କିନ୍ତୁ ବତ୍ତର୍ମାନ ଯେଉଁ ସୁବିଧା ଆଣିବାକୁ ଯାଉଛନ୍ତି ତାହା ଅନେକ କର୍ମଚାରୀଙ୍କ ପାଇଁ ବହୁତ ଲାଭଦାୟକ ହେବ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା EPFO ଅଧିନରେ ସାମାଜିକ ସୁରକ୍ଷାର ପରିସର ବଢ଼ାଇବାକୁ ସରକାର ଯୋଜନା କରୁଛନ୍ତି । ଏହି ଯୋଜନା ଅଧିନରେ PF ଆକାଉଣ୍ଟରେ ଯୋଗଦାନ ପାଇଁ ସର୍ବନିମ୍ନ ବେତନ ସୀମା ଅର୍ଥାତ୍ ମୌଳିକ ଦରମା ୧୫,୦୦୦ ରୁ ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରିବ । ଏହାର ଅର୍ଥ ହେଉଛି ଅଧିକ ଟଙ୍କା PF ଏବଂ ପେନ୍ସନ୍ ଆକାଉଣ୍ଟକୁ ଯିବ ।

PF ପାଇଁ ଦରମାକୁ ବଢ଼ାଇବାକୁ ଅନେକ ଦିନ ଧରି ପ୍ରସ୍ତାବ ଦିଆଯାଇଥିଲା । ଏହି ମାମଲାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ବିକଳ୍ପର ମୂଲ୍ୟାଙ୍କନ କରାଯାଉଛି ଏବଂ ନୂଆ ସରକାର ଦ୍ୱାରା ଏହି ପ୍ରସ୍ତାବକୁ ନେଇ ନିର୍ଣ୍ଣୟ ନିଆଯିବ । ଅଧିକାରୀଙ୍କ କହିବା ଅନୁସାରରେ ଦରମା ବଢ଼ାଇବା ଦ୍ୱାରା ସରକାର ଏବଂ ପ୍ରାଇଭେଟ୍‌ କ୍ଷେତ୍ରମାନଙ୍କରେ ପ୍ରଭାବ ପଡ଼ିବ ।

ଅଧିକାରୀଙ୍କ କହିବା ଅନୁସାରେ ଦରମା ବଢ଼ାଇବା ଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଲାଭ ମିଳିବ । କାରଣ ଅଧିକାଂଶ ରାଜ୍ୟରେ କର୍ମଚାରୀଙ୍କ ଦରମା ୧୮,୦୦୦ ରୁ ୨୫,୦୦୦ ମଧ୍ୟରେ ରହିଛି । ବର୍ତ୍ତମାନର ସ୍ୟାଲାରୀ ଲିମିଟ ପାଇଁ ସମସ୍ତ କର୍ମଚାରୀ ଯେକୌଣସି ପ୍ରକାରର ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି ।

ଶେଷ ଥର ପାଇଁ EPFO ଅଧିନରେ ବେତନ ସୀମାକୁ ୨୦୧୪ରେ ପରିବର୍ତ୍ତନ କରାଯାଇଥିଲା । ସେତେବେଳେ ୬,୫୦୦ ଦରମାକୁ ବଢ଼ାଇ ୧୫,୦୦୦ କରାଯାଇଥିଲା । କିନ୍ତୁ ଏହି ପରିବର୍ତ୍ତନ କେବଳ PF ଅଧିନରେ ଥିବା ଆକାଉଣ୍ଟ ପାଇଁ ହୋଇଥିଲା । ଅନ୍ୟପଟେ ରାଜ୍ୟ ବୀମା ନିଗମ (ESIC) ରେ କର୍ମଚାରୀଙ୍କ ଦରମା ସୀମା ଅଧିକ ଥାଏ । ୨୦୧୭ ଠାରୁ ESIC କର୍ମଚାରୀଙ୍କ ଦରମା ସୀମା ୨୧,୦୦୦ ରହିଛି । ସୂଚନା ଥାଉ କି ଉଭୟ EPFO ଏବଂ ESIC, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ରହିଛି ।

ବତ୍ତର୍ମାନ ନିୟମ ଅନୁଯାୟୀ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ସମାନ ଭାବରେ ୧୨% ମୌଳିକ ବେତନ, ମହଙ୍ଗା ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ପାଇଁ ଇପିଏଫ ଆକାଉଣ୍ଟରେ ଟଙ୍କା ଯୋଗଦାନ କରୁଛନ୍ତି । କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଯୋଗଦାନ ଭବିଷ୍ୟତ ନିଧି ଯୋଜନାରେ ଜମା ହେଉଥିବା ବେଳେ ନିଯୁକ୍ତିଦାତା ଯୋଗଦାନର ୮.୩୩% କର୍ମଚାରୀଙ୍କ ପେନ୍ସନ୍ ଯୋଜନାକୁ ଯାଇଥାଏ ଏବଂ ଅବଶିଷ୍ଟ ୩.୬୭% PF ଆକାଉଣ୍ଟରେ ଜମା ହୋଇଥାଏ ।

ଯଦି ବେସିକ୍‌ ସ୍ୟାଲାରୀ ୨୧,୦୦୦ ଟଙ୍କ ହେବ ତେବେ କର୍ମଚାରୀଙ୍କ PF ଆକାଉଣ୍ଟରେ ୨୫୨୦ ଟଙ୍କା ଯୋଗଦାନ ହେବ । ସେହିପରି ନିଯୁକ୍ତିଦାତାଙ୍କ ୧୭୪୯ ଟଙ୍କା ପେନସନ୍‌ ଖାତାକୁ ଯିବ ଏବଂ ୭୭୧ ଟଙ୍କା PF ଆକାଉଣ୍ଟକୁ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.