ଆଖିରୁ ସୁଖୁନି ଲୁହ, ଅଖଣ୍ଡ ଦୀପ ବସାଇ ମାଆ କହୁଛି ମୋ ଝିିଅକୁ ବଞ୍ଚାଇଦିଅ

ଝିଅର ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦୁଛି ଓ ସ୍କୁଲ ସାଥି ମାନେ ଖୋଜୁଛନ୍ତି ତାଙ୍କ ସହପାଠୀ ସୋନାଲୀକୁ । ହେଲେ ସୋନାଲୀ କେବେ ଯେ ସ୍କୁଲ ଯିବ ତାହା କେହି ଜାଣିନାହାଁନ୍ତି । କେବେ ଯେ ଉଠି ବସି ଭଲରେ ପଦେ କଥା କହିବ ତାହା ଏବେ ସ୍ୱପ୍ନ ହୋଇଯାଇଛି ସମସ୍ତଙ୍କ ପାଇଁ ।

ଜଗତସିଂହପୁର (କେନ୍ୟୁଜ): ଠାକୁରଙ୍କ ପାଖରେ ଦିନରାତି ବସି ମା ଅଖଣ୍ଡ ଦୀପ ଜାଳୁଛି ଓ ଝିଅର ଫଟୋକୁ ଦେଖି ଗୁମୁରି ଗୁମୁରି କାନ୍ଦୁଛି ଓ ସ୍କୁଲ ସାଥି ମାନେ ଖୋଜୁଛନ୍ତି ତାଙ୍କ ସହପାଠୀ ସୋନାଲୀକୁ । ହେଲେ ସୋନାଲୀ କେବେ ଯେ ସ୍କୁଲ ଯିବ ତାହା କେହି ଜାଣିନାହାଁନ୍ତି । କେବେ ଯେ ଉଠି ବସି ଭଲରେ ପଦେ କଥା କହିବ ତାହା ଏବେ ସ୍ୱପ୍ନ ହୋଇଯାଇଛି ସମସ୍ତଙ୍କ ପାଇଁ । ପୂରା ଗାଁ ହୋଇଯାଇଛି ସ୍ତବ୍ଦ, ସମସ୍ତେ ଖୋଜୁଛନ୍ତି ସେହି ହସହସ ମୁହଁକୁ, କୋମଳ ବୟସରେ ପାଠ ପଡି ଖେଳକୁଦ କରିବା ସମୟରେ ମୃତ୍ୟୁ ସହ ସଂଗ୍ରାମ କରୁଛି କୁନି ଝିଅ ଆନି ଓରଫ ସୋନାଲି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରୁ ହିଁ ଲୁହ ଶୁଖୁ ନାହିଁ ବାପା ମା ଓ ସାହି ପଡ଼ିଶାଙ୍କ ଆଖିରୁ ।

ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତର ଗୋପାଳପୁର ଗାଁରେ । ଗାଁର ଅକ୍ଷୟ କୁମାର ସେଠୀ ଓ ମମତାମୟୀ ସେଠୀଙ୍କ ଜ୍ୟେଷ୍ଠ କନ୍ୟା ଆନି ବୟସ ୧୦ ବର୍ଷ ,ପଞ୍ଚମ ଶ୍ରେଣୀ ରେ ପାଠ ପଢୁ ଥିଲା ,ରାତିରେ ଘରେ ଶୋଇଥିବା ଅବସ୍ଥାରେ ହଠାତ ଦେହ ଅସୁସ୍ଥ ହୋଇଥିଲା , ବାପାମା ବିଚଳିତ ହୋଇ ଗ୍ରାମବାସୀଙ୍କ ସାହାର୍ଯ୍ୟରେ ତାକୁ ପ୍ରଥମେ ଜଗତସିଂହପୁର ମେଡିକାଲ ଆଣିଥିଲେ,ସେଠାରେ ଗୁରୁତର ଅସୁସ୍ଥ ହୋଇପଡିବାରୁ କଟକ ଶିଶୁଭବନ କୁ ସ୍ଥାନାନ୍ତରିତ କରାଯାଇଥିଲା , ସେଠାରେ ଆଇସିୟୁ ସୁବିଧା ନ ମିଳିବାରୁ ତାର ସ୍ୱାସ୍ତବସ୍ଥା ଆହୁରି ଗୁରୁତର ହେବାରୁ ତାକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି, ମାସେ ଉପରକୁ ହେଲାଣି ସେଠାରେ ଚିକିତ୍ସା ଚାଲିଛି , ସେଠାକାର ଡାକ୍ତରଙ୍କ କହିବା ଅନୁଯାୟୀ ତାକୁ ଜିବିଏସ ଭାଇରସ ଆକ୍ରାନ୍ତ କରିଛି , ସେଥିଲାଗି ବର୍ତ୍ତମାନ ତାର କିଡ୍ନୀ ଫେଲର ସହ ମସ୍ତିଷ୍କକୁ ଅକ୍ସୀଜେନ ସଠିକ ପରିମାଣରେ ଯାଉ ନାହିଁ ଏବଂ ତାର ସ୍ୱାସ୍ତବସ୍ଥା ଗୁରୁତର ରହିଛି , ଅଭାବ ସଂସାର ମଧ୍ୟରେ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଆନି ଗୋପାଳପୁର ପ୍ରାଥମିକ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିଲା , ଚଳିତ ବର୍ଷ ଷଷ୍ଠ ଶ୍ରେଣୀ ହୋଇଥାନ୍ତା , ଜଣେ ମେଧାବୀ ଛାତ୍ରୀ ହିସାବରେ ପାଠପଢ଼ା ସହ ସଙ୍ଗୀତ ,ଖେଳ ଓ ଚିତ୍ରIଙ୍କନ ରେ ସେ ବହୁତ ପାରଦର୍ଶିତା ଅର୍ଜନ କରିଥିଲା ,ପାଠ ପଢି ଭବିଷ୍ୟତରେ ଜଣେ ଭଲମଣିଷ ହେବ ବୋଲି ଆନି ଓ ତାର ବାପାମା ବେଶ ଆଶା ରଖିଥିଲେ, ବାପା ଦିନ ମଜୁରିଆ ,ଘର ଖଣ୍ଡେ ନାହିଁ ହଂସୁଆ ନଦୀ କୂଳରେ ଚାଳଘରେ ପଡିଛନ୍ତି ପରିବାର ,ଏହି ଦୁଃଖ ସମୟରେ ଘରେ ଚୁଲି ଜଳୁ ନାହିଁ ,ମା ଠାକୁର ଘରେ ବସି ଅଖଣ୍ଡ ଦୀପ ଜାଳୁଛି ,କିଭଳି ତା ଝିଅ ଭଲ ହୋଇଯିବ ,ଗ୍ରାମବାସୀ କିଛି ସାହାଯ୍ୟ କରିଛନ୍ତି ତାହା ସମୁଦ୍ର କୁ ସଂଖେ ,ଯଦି କୁନିଝିଅ ଆନିର ଏ ପରିସ୍ଥିତି ସମୟରେ ସଠିକ ଅର୍ଥ ଖର୍ଚ୍ଚ ନ କରାଯାଇ ପାରିବ ତେବେ ସେମାନଙ୍କର ଆଶା ଆଶାରେ ହିଁ ରହିଯିବ।ତେଣୁ କୋମଳ ଶିଶୁ ଆନି ଝଡ଼ିଯିବା ପୂର୍ବରୁ ଏହି ଦୁର୍ଦିନରେ ସାହାର୍ଯ୍ୟର ହାତ ବଢ଼ାଇ ତା ସ୍ୱପ୍ନ ଓ ବାପାମାଙ୍କର ସ୍ୱପ୍ନକୁ ସାକାର କରିବାରେ ସହଯୋଗ କଲେ ଗୋଟେ ଝଡିଯାଉଥିବା ଫୁଲ ଓ ଉଜୁଡି ଯାଉଥିବା ସଂସାର ପୁଣି ହସି ଉଠିବ , ଯଦି କେହି ସହୃଦୟ ବ୍ୟକ୍ତି ଆନିକୁ ସାହାର୍ଯ୍ୟ ସହଯୋଗର ହାତ ବଢ଼େଇବାକୁ ଚାହାନ୍ତି ତେବେ ଦିଆଯାଇଥିବI ବ୍ୟାଙ୍କ ଡ଼ିଟେଲରେ ସାହାର୍ଯ୍ୟ କରିପାରିବେ ।

ଠିକଣା –
Name-Akshya Kumar Sethy(ସୋନାଲିର ବାପା)
Address-At-Gopalpur
Po-Rahadinga
Via-Nalibara
Dist-Jagatsinghpur
Pin-754104
Contact No-9776024980

ବ୍ୟାଙ୍କ ଡ଼ିଟେଲ

A/C No-34743772287
Bank & Branch-SBI,RAGHUNATHAPUR, BRANCH
IFSC-SBIN0010917
Micro-754002527
Phonepe-9776024980

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.