Below header

କମିବାରେ ଲାଗିଛି IIT ଛାତ୍ରଙ୍କ ଦରମା, ବର୍ଷକୁ ଦରମା ମିଳୁଛି ୧୦ ଲକ୍ଷରୁ ବି କମ୍‌

ଆପଣ ନିଶ୍ଚିତ ଭାବେ ଜାଣିଥିବେ ଯେ ଆଇଆଇଟି ଗ୍ରାଜୁଏଟମାନଙ୍କ ଦକ୍ଷତା ଏତେ ଅଧିକ ଥାଏ ଯେ ତାଙ୍କୁ ଚାକିରିରୁ ଲକ୍ଷ ଲକ୍ଷ ଟଙ୍କା ମିଳିଥାଏ । କିନ୍ତୁ ଏବେ ଏହି ଚାକିରିରେ ଦେଖାଯାଉଛି ବଡ଼ ପରିବର୍ତ୍ତନ । ପୂର୍ବ ଭଳି ଏମାନଙ୍କୁ ଚାକିରିରେ ଅଧିକ ସାଲାରୀ ମିଳୁ ନାହିଁ ।

ଟେକ୍‌ କମ୍ପାନୀଗୁଡ଼ିକରେ ଆଇଆଇଟି ଗ୍ରାଜୁଏଟମାନଙ୍କର ଆବଶ୍ୟକ ହୁଏ । କିନ୍ତୁ ଏବେ ଏହି ଗ୍ରାଜୁଏଟମାନଙ୍କ ଚାକିରି ବିପଦରେ ପଡ଼ିଛି । ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଚାକିରି ମିଳୁନି । ଯଦି ବି ମିଳୁଛି ତେବେ ସାଲାରୀ ପ୍ୟାକେଜ୍‌ ଏତେ କମ ରହୁଛି ଯେ ଚାକିରି ଆଶାୟୀମାନେ ଚାକିରି କରିବାରୁ ମୁହଁ ଫେରାଉଛନ୍ତି । ଆପଣ ନିଶ୍ଚିତ ଭାବେ ଜାଣିଥିବେ ଯେ ଆଇଆଇଟି ଗ୍ରାଜୁଏଟମାନଙ୍କ ଦକ୍ଷତା ଏତେ ଅଧିକ ଥାଏ ଯେ ତାଙ୍କୁ ଚାକିରିରୁ ଲକ୍ଷ ଲକ୍ଷ ଟଙ୍କା ମିଳିଥାଏ । କିନ୍ତୁ ଏବେ ଏହି ଚାକିରିରେ ଦେଖାଯାଉଛି ବଡ଼ ପରିବର୍ତ୍ତନ । ପୂର୍ବ ଭଳି ଏମାନଙ୍କୁ ଚାକିରିରେ ଅଧିକ ସାଲାରୀ ମିଳୁ ନାହିଁ ।

ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆଇଆଇଟି ଗ୍ରାଜୁଏଟମାନଙ୍କୁ କଲେଜ ପ୍ଲେସମେଣ୍ଟରେ ବାର୍ଷିକ ୧୦ ଲକ୍ଷରୁ କମ୍ ଦରମା ପ୍ୟାକେଜ୍ ଦିଆଯାଉଛି । ଗୋଟିଏ କଲେଜରୁ ପ୍ରାୟ ୬-୭ ଜଣ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ୍ ଦିଆଯାଏ କିନ୍ତୁ କମ୍ପାନୀଗୁଡିକ ବର୍ତ୍ତମାନ ମାତ୍ର ୨-୩ ଜଣ ଛାତ୍ରଛାତ୍ରୀଙ୍କୁ ସିଲେକ୍ଟ କରୁଛନ୍ତି । ବର୍ତ୍ତମାନ କମ୍ପାନୀମାନଙ୍କର ଚାହିଦା ବଦଳିଛି । କମ୍ପାନୀଗୁଡିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ ଭଳି କୌଶଳ ଖୋଜୁଛନ୍ତି କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କର ଏଭଳି ଦକ୍ଷତା ନାହିଁ । କମ୍ ସାଲାରୀ ପ୍ୟାକେଜ୍ ପାଉଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଅନ୍ୟ ଚାକିରି ଖୋଜୁଛନ୍ତି ଏବଂ ନିଯୁକ୍ତି ପାଇଁ ସବୁବେଳେ ଇଣ୍ଟରଭ୍ୟୁ ଦେଉଛନ୍ତି । ଏତେ କମ୍‌ ଟଙ୍କା ପାଉଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ସହରରେ ହେଉଥିବା ଜବ୍‌ ଫେୟାରରେ ଚାକିରି ଖୋଜୁଛନ୍ତି । ଅବସ୍ଥା ଏମିତି ହୋଇଛି ଯେ ଆଇଆଇଟି ଗ୍ରାଜୁଏଟମାନେ ବାର୍ଷିକ ୬ ଲକ୍ଷ ଟଙ୍କା ସାଲାରୀ ପ୍ୟାକେଜରେ ମଧ୍ୟ ଚାକିରି ପାଇଁ ରାଜି ହୋଇଯାଉଛନ୍ତି । କିନ୍ତୁ ଚଳିବା ପାଇଁ ଅସୁବିଧା ହେଉଥିବାରୁ ଆଇଟି ସେକ୍ଟରରେ ଚାକିରି କରିବା ପରେ ବି ନୂଆ ଚାକିରି ଖୋଜିବାରେ ଲାଗି ପଡ଼ୁଛନ୍ତି ।

ଆଇଆଇଟି ଇନ୍ଦୋର ଡାଇରେକ୍ଟର ପ୍ରଫେସର ସୁହାଶ ଯୋଶୀ କହିଛନ୍ତି ଯେ ଆର୍ଥିକ ସମସ୍ୟା ପାଇଁ ଆଇଆଇଟି ଇନ୍ଦୋରରୁ ଗ୍ରାଜୁଏଟ ହାସଲ କରିଥିବା ୨୦୨୪ ବ୍ୟାଚ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ର ନିଯୁକ୍ତି ଦେଉଥିବା କମ୍ପାନୀ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଏହି କାରଣରୁ ପ୍ଲେସମେଣ୍ଟରେ ପ୍ରଭାବ ପଡ଼ୁଛି । ଚାକିରି ଆଶାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଇଆଇଟି ବମ୍ବେର ଜଣେ ଛାତ୍ର କହିଛନ୍ତି ଯେ ୫ ରୁ ୮ ଜଣ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ଦେଉଥିବା କମ୍ପାନୀଗୁଡିକ ବର୍ତ୍ତମାନ ମାତ୍ର ଜଣେ ରୁ ୨ ଜଣ ଛାତ୍ରଛାତ୍ରୀଙ୍କୁ ଚାକିରି ଦେଉଛନ୍ତି । କିଛି ଦକ୍ଷ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ଚାକିରି ମିଳି ନାହିଁ । କୋଚିଂ କ୍ଲାସ୍ ଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ୍ ପର୍ଯ୍ୟନ୍ତ ଅନେକ କମ୍ପାନୀ ଗ୍ରାଜୁଏଟମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପ୍ଲେସମେଣ୍ଟରେ ୬ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଦରମା ପ୍ୟାକେଜ୍ ଅଫର କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ କହିବା ଅନୁସାରେ ଚଳିତ ବର୍ଷର ପ୍ଲେସମେଣ୍ଟ ସ୍ଥିତି ବହୁତ ଖରାପ ରହିଛି । ବର୍ତ୍ତମାନ ପରିସ୍ଥିତି ହେଉଛି ଯେ ଅଧିକାଂଶ ଛାତ୍ରଛାତ୍ରୀ ବାର୍ଷିକ ୬ ଲକ୍ଷ ଟଙ୍କା ସାଲାରୀ ପ୍ୟାକେଜ୍‌ ପାଇବା ପରେ ଅନ୍ୟ କିଛି ଚାକିରି ଖୋଜୁଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କୁ ଚାକିରି ନମିଳିବାର ମୁଖ୍ୟ କାରଣ ହେଉଛି AI । ଫେସବୁକ୍, ଆମାଜନ, ନେଟଫ୍ଲିକ୍ସ, ଗୁଗଲ୍ ଭଳି କମ୍ପାନୀଗୁଡ଼ିକ କ୍ୟାମ୍ପସ୍ ସିଲେକ୍ସନ ପାଇଁ ଆସୁନାହାଁନ୍ତି । ତେଣୁ ଚାକିରି ମିଳିବାରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଟେକ୍‌ କମ୍ପାନୀଗୁଡ଼ିକ AIର ସାହାଯ୍ୟ ନେଇ କାମ କରୁଛନ୍ତି । ଫଳରେ ଆଇଆଇଟି ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ଚାକିରି ବିପଦରେ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.