ହିଂସ୍ର ହୋଇଗଲା ମଣିଷ, ଡ଼ାଳୁଅ ଧାନ ଖାଇବାରୁ ହାଣିଦେଲା ଗାଇ ଗୋଡ଼କୁ
ଯାଜପୁରରେ ଏଭଳି କିଛି ଉଦାହରଣ ଦେଖିବାକୁ ମିଳିଛି । ଗାଇ ଡ଼ାଳୁଅ ଧାନ ଖାଇଦେବାରୁ ମଣିଷ ହିଂସ୍ର ହୋଇ ଗାଇ ଗୋଡ଼କୁ ହାଣିଦେଇଛି l
ଯାଜପୁରଟାଉନ : ଦିନକୁ ଦିନ ମଣିଷ ପାଖରେ ଦେଖିବାକୁ ମିଳୁଛି ପଶୁ ଆଚରଣ । ସ୍ଵାର୍ଥପର ଦୁନିଆରେ ସ୍ୱାର୍ଥ ସର୍ବସ୍ୱ ମଣିଷର ପଶୁ ତୁଲ୍ୟ ବ୍ୟବହାର ସମସ୍ତଙ୍କୁ ଅତିଷ୍ଠ କରିଛି । ଯାଜପୁରରେ ଏଭଳି କିଛି ଉଦାହରଣ ଦେଖିବାକୁ ମିଳିଛି । ଗାଇ ଡ଼ାଳୁଅ ଧାନ ଖାଇଦେବାରୁ ମଣିଷ ହିଂସ୍ର ହୋଇ ଗାଇ ଗୋଡ଼କୁ ହାଣିଦେଇଛି l
ଦଶରଥପୁର ବ୍ଲକ ବିରିପଟା ପଂଚାୟତ ବରେଇ ଗାଁରେ ଘଟିଛି ଏହି ଘଟଣା l ଗାଁର ବିଳାସିନୀ ରାଉତଙ୍କ ଗୋଟେ ଗାଇ ଚାଷୀଙ୍କ ବିଲକୁ ଯାଇ ଡ଼ାଳୁଅ ଧାନ ଖାଇ ଦେବାରୁ କେହି ଦୁର୍ବୁତ୍ତ ଗାଇ ଡାହାଣ ଗୋଡ଼କୁ ଦା’ରେ ଆକ୍ରମଣ କରିଛି । ଏପରିକି ଉକ୍ତ ଦା’ ଟି ଗାଈ ଗୋଡ଼ରେ ଲାଗିରହିଥିବା ଦେଖାଯାଇଛି l ଗାଇଟି ବିଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ l ଘଟଣାସ୍ଥଳରେ ପଶୁ ଡାକ୍ତର ପହଂଚି ଗାଇଟିର ଚିକିତ୍ସା କରୁଛନ୍ତି l ତେବେ କିଏ ସେ ନୃଶଂସ ଆକ୍ରମଣକାରୀ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।