ଏବେ AIରେ ପ୍ରୋଫାଇଲ୍ ଫଟୋ ପ୍ରସ୍ତୁତ କରିବେ ହ୍ଵାଟ୍ସଆପ୍ ୟୁଜର୍ସ, ଆସିଲା ଦମଦାର ଫିଚର
ହ୍ଵାଟ୍ସ ଆପ୍ ଖୁବଶୀଘ୍ର ଏହାର ୟୁଜରମାନଙ୍କୁ ପ୍ରୋଫାଇଲ୍ ଫଟୋରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଫିଚର ଦେଇପାରେ । ଏହି ଫିଚର ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ପ୍ରୋଫାଇଲ୍ ଫଟୋ କ୍ରିଏଟ୍ କରିବାକୁ ସକ୍ଷମ ହେବେ ।
ଯଦି ଆପଣ ନିଜ ସ୍ମାର୍ଟଫୋନରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ହ୍ଵାଟ୍ସ ଆପ୍ କୁ ବିଶ୍ୱର କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି । ତେବେ ହ୍ଵାଟ୍ସଆପ୍ ନିଜ ୟୁଜରଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଆଣିଥାଏ । କମ୍ପାନୀ ଏବେ ପ୍ରୋଫାଇଲ୍ ସେକ୍ସନରେ ଏହାର ୟୁଜରଙ୍କ ପାଇଁ ଏକ ବଢ଼ିଆ ଫିଚର ଆଣିବାକୁ ଯାଉଛି ।
ହ୍ଵାଟ୍ସ ଆପ୍ ଖୁବଶୀଘ୍ର ଏହାର ୟୁଜରମାନଙ୍କୁ ପ୍ରୋଫାଇଲ୍ ଫଟୋରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଫିଚର ଦେଇପାରେ । ଏହି ଫିଚର ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ପ୍ରୋଫାଇଲ୍ ଫଟୋ କ୍ରିଏଟ୍ କରିବାକୁ ସକ୍ଷମ ହେବେ । ଯଦି ଆପଣ ହ୍ଵାଟ୍ସ ଆପରେ ନୂଆ ନୂଆ ପ୍ରୋଫାଇଲ୍ ଫଟୋ ଲଗାଇବାକୁ ଭଲ ପାଆନ୍ତି, ତେବେ ଆପଣ ହ୍ଵାଟ୍ସ ଆପର ଏହି ନୂଆ ଫିଚରକୁ ଖୁବ୍ ପସନ୍ଦ କରିବେ ।
ସୂଚନା ଥାଉ କି ହ୍ଵାଟ୍ସ ଆପର ଏହି ଆଗାମୀ ଦମଦାର ଫିଚର ବିଷୟରେ ହ୍ଵାଟ୍ସ ଆପ୍ ତରଫରୁ ସୂଚନା ମିଳିଛି । ଯାହା କମ୍ପାନୀର ଅପଡେଟ୍ ଉପରେ ନଜର ରଖିଥାଏ । ଏହି ଫିଚର କେବଳ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଉପଲବ୍ଧ ହେବ। କମ୍ପାନୀର ଏହି ନୂଆ ଫିଚରକୁ AI ପ୍ରୋଫାଇଲ୍ ଫଟୋ କୁହାଯାଉଛି ।
ରିପୋର୍ଟ ଅନୁଯାୟୀ ଖୁବ୍ ଶୀଘ୍ର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରମାନେ AI ପ୍ରୋଫାଇଲ୍ ଫଟୋଗୁଡ଼ିକର ଫିଚର ପାଇବାକୁ ଯାଉଛନ୍ତି । ଏହି ଫିଚର ସାହାଯ୍ୟରେ ୟୁଜରମାନେ ନିଜ ମୁଡ୍ ଅନୁଯାୟୀ ଭଲ ଭଲ ଇମେଜ୍ କ୍ରିଏଟ୍ କରିପାରିବେ । ଆଣ୍ଡ୍ରଏଡ୍ ୨.୨୪.୧୧.୧୭ ଅପଡେଟ୍ ଦ୍ୱାରା ବିଟା ୟୁଜରଙ୍କ ପାଇଁ ଏହି ଫିଚର ରୋଲଆଉଟ କରାଯାଇଛି ।
ଆସନ୍ତୁ ଆପଣଙ୍କୁ କହିବା ଯେ ହ୍ଵାଟ୍ସ ଆପ୍ ଏହାର ୟୁଜରମାନଙ୍କ ପାଇଁ ଅନେକ ନୂଆ ଫିଚର ଉପରେ କାମ କରୁଛି । କମ୍ପାନୀ ଏହାର ୟୁଜରମାନଙ୍କ ପାଇଁ ମିଡିଆ ରିଆକ୍ସନ ଭଳି ଏକ ନୂଆ ଫିଚର ଆଣିବ । ଆଗାମୀ ଦିନରେ ୟୁଜରମାନେ ଫଟୋ ଏବଂ ଭିଡିଓ ଉପରେ ଅତି ସହଜରେ ପ୍ରତିକ୍ରିୟା ଦେବାକୁ ସମର୍ଥ ହେବେ ।