ମୟୁରଭଞ୍ଜ(କେନ୍ୟୁଜ୍) : ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରାକ୍ଟର। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ପରାଶିବାଡ଼ି ଗାଁର ତିନି ଜଣ ଯୁବକ ଏକ ବାଇକରେ କପ୍ତିପଦାରୁ ଘରକୁ ଫେରୁଥିଲେ । ସୋଲଗାଡ଼ିଆର ବେହେରା ସାହି ଛକ ନିକଟରେ ବାଇକ ଆରୋହୀଙ୍କୁ ଟ୍ରାକ୍ଟର ଧକ୍କା ଦେବା ସହ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉଦଳା ଡାକ୍ତରଖାନାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୩ ଜଣ ହେଲେ ପରାଶିବାଡ଼ି ଗାଁର ଭଜହରି ପଥୁରିଆ, ରାଜୁ ସିମନାକିଆ ଓ ରାଜେନ୍ଦ୍ର ବିଶ୍ୱାଳ । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି ।
Next Post