କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ ଫେକ୍‌ ଭିଡିଓ ଭାଇରାଲ ମାମଲା , ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରଙ୍କୁ ରିମାଣ୍ଡରେ ନେଇଛି ପୋଲିସ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀଙ୍କ ଫେକ୍‌ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଦୁଇ ଦିନିଆ ରିମାଣ୍ଡ ବେଳେ ଜେରା କରାଯିବ । ଏ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ରବିବାର ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଆଇପିସି ଧାରା ୨୯୨-ଏ, ୩୫୪-ଏ, ୫୦୦, ୫୦୯, ୪୬୫, ୪୬୯, ୧୨୦-ବି ଓ ୩୪ରେ ମାମଲା ରୁଜୁ ହୋଇଛି। ସେହିପରି ଆଇଟି ଆକ୍ଟର ୬୬ଡି, ୬୭ ଓ ୬୭-ଏ ରେ ମଧ୍ୟ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ମାମଲାରେ ବିଜେପି ସୋସିଆଲ ମିଡିଆ ସଂଯୋଜକ ଜୟଦେବ ଗିରି ଓ ଭଦ୍ରକ ବିଜେପି ଆଇଟି ସେଲ୍‌ର ସଂଯୋଜକ ଚିନ୍ନୟ ସେନାପତି ଗିରଫ ହୋଇଥିଲେ। ଅଭିଯୁକ୍ତମାନେ କେନ୍ଦୁଝର ଲୋକସଭାର ବିଜେଡି ପ୍ରାର୍ଥୀଙ୍କ ଏକ ମର୍ଫଡ୍‌ ଭିଡିଓ ଭାଇରାଲ କରିଥିଲେ। ଯାହାକୁ ନେଇ କେନ୍ଦୁଝର ଟାଉନଥାନାରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.