ମେଟ୍ରୋରେ ଫସିଲା ଶାଢୀ, ଟ୍ରେନ୍ ସହ ଘୋଷାଡ଼ି ହୋଇଗଲେ ମହିଳା

ଓହ୍ଲାଉଥିବା ସମୟରେ ଟ୍ରେନରେ ଲାଗିଗଲା ଶାଢୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ମୋଟ୍ରୋରେ । ଜଣେ ମହିଳାଙ୍କ ଶାଢ଼ି କବାଟରେ ଲାଗିଯିବାରୁ ସେ ପ୍ଲାଟଫର୍ମରେ କିଛି ଦୂର ଘୋଷାଡ଼ି ହୋଇ ଆହତ ହୋଇଛନ୍ତି।

ସୂଚନା ମୂତାବକ,୪୦ ବର୍ଷୀୟ ଗୀତା ନିଜ ଝିଅ ସହ ନାୱାଦ ଠାରୁ ମୋତି ନଗର ଯାଉଥିଲେ। ତେବେ ଓହ୍ଲାଉଥିବା ସମୟରେ ତାଙ୍କ ଶାଢୀ ଟ୍ରେନର କବାଟରେ ଲାଗିଯାଇଥିଲା । ଯାହା ଫଳରେ ଟ୍ରେନ୍ ସହ କିଛି ଦୂର ଘୋଷାଡି ହୋଇଯାଇଥିଲେ ମହିଳା ଜଣକ । ସୌଭାଗ୍ୟ ବସତଃ ଜଣେ ଯାତ୍ରୀ ଏମର୍ଜେନ୍ସି ବଟନ୍ ଦାବି ଦେବାରୁ ଟ୍ରେନଟି ଅଟକି ଯାଇଥିଲା । ନଚେତ୍ ଗୀତାଙ୍କ ଜୀବନ ଚାଲିଯାଇଥାନ୍ତା । ଆହତ ଗୀତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.