ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତର ଭୟଙ୍କର ରୂପ , ୪୦ ମୃତ

ସାରା ଦେଶରେ ଝଡ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି କାରଣରୁ ବହୁ ଧନଜୀବନ କ୍ଷୟକ୍ଷତି ହେଲାଣି । ବଜ୍ରପାତ କାରଣରୁ ଦେଶର ଅଲଗା ଅଲଗା ରାଜ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୦ଜଣଙ୍କ ପ୍ରାଣ ଯାଇସାରିଲାଣି । ଏହା ବ୍ୟତିତ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବାର ସମ୍ଭାବନା କରାଯାଇଛି ।

ମଙ୍ଗଳବାର ସଂନ୍ଧ୍ୟାରେ ପାଣିପାଗ ଅଚାନକ ବଦଳି ଯାଇଥିଲା ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ,ହିମାଚଳ,ହରିୟାଣା ଏବଂ ନୂଆଦିଲ୍ଲୀରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ବଜ୍ରପାତରେ ୪୦ଲୋକଙ୍କ ଜୀବନ ଯାଇଥିବା ସହ ଅନେକ ଆହତ ମଧ୍ୟ ହୋଥିଲେ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗୁଜୁରାଟ ଓ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ହୋଇଥିଲା । ବଜ୍ରପାତ ହେବାରୁ ସବୁଠାରୁ ଅଧିକ ପ୍ରାଣହାନୀ ମଧ୍ୟପ୍ରଦେଶରେ ହୋଇଥିଲା। ଏଠାରେ ଅଲଗା ଅଲଗା ସ୍ଥାନରେ ୧୫ଜଣଙ୍କର ଜୀବନ ଯାଇଛି । ମୁଖ୍ୟମନ୍ତ୍ରୀ କମଲନାଥ ସିଂ ଟ୍ବିଟ୍ କରି ପୀଡିତ ମାନଙ୍କ ପରିବାରକୁ ସମ୍ବେଦନା ଜ୍ଞାପନ କରିଛନ୍ତି ।


ସୂଚନା ଅନୁଯାୟୀ ବଜ୍ରପାତ ଫଳରେ ମଧ୍ୟପ୍ରଦେଶରୁ ୧୫,ଗୁଜୁରାଟରୁ ୧୧,ରାଜସ୍ଥାନରୁ ୭,ପଞ୍ଜାବରୁ ୨, ହରିୟାଣା, ଝାରଖଣ୍ଡ, ମହାରାଷ୍ଟ୍ର,ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଜଣେ ଜଣେ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ ପାକିସ୍ତାନରୁ ଆସିଥିବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଏବଂ ଗତ ୩-୪ ଦିନରୁ ହେଉଥିବା ହିଟୱେଭ୍ ଚାଲୁଥିବା କାରଣରୁ ଏପରି ସ୍ଥିତି ହୋଇଛି ।

Leave A Reply

Your email address will not be published.