Below header

ପୁଣି ମୁଣ୍ଡ ଟେକିଲେଣି ଆତଙ୍କବାଦୀ, ଏପ୍ରିଲ୍ ୨୨ ରୁ ୨୫ ମଧ୍ୟରେ ଭାରତରେ କରିପାରନ୍ତି ଆକ୍ରମଣ

ପୁଣି ହୋଇପାରେ ଭାରତ ଉପରେ ଆକ୍ରମଣ । ୨୨ ରୁ ୨୫ ଏପ୍ରିଲ୍ ମଧ୍ୟରେ ଅନନ୍ତନାଗରେ ଏହି ଆକ୍ରମଣ ହୋଇପାରେ ବୋଲି ମିଳିଛି ଗୁପ୍ତ ସୂଚନା । ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଷଡଯନ୍ତ୍ର କରୁଛି ଜୈସ୍ ଏବ ମହମ୍ମଦ ସଂଗଠନ । ଆଉ ଆତଙ୍କବାଦୀ ଟାଗେର୍ଟରେ ଅଛନ୍ତି ସୁରକ୍ଷାବଳଙ୍କ ସହ ସାଧାରଣ ନାଗରିକ ।

ଏହା ପୂର୍ବରୁ ଏପ୍ରିଲର ପ୍ରଥମ ସପ୍ତାହରେ ଜମ୍ମୁ ଏବଂ କୁପୱାଡାରେ ଆକ୍ରମଣ ପାଇଁ ହୋଇଥିଲା ଷଡଯନ୍ତ୍ର । କିନ୍ତୁ ନିର୍ବାଚନ ପାଇଁ କଡା ସୁରକ୍ଷା ଥିବାରୁ ଯୋଜନାକୁ ରୂପ ଦେଇପାରିନଥିଲେ ଆତଙ୍କବାଦୀ । ଏହା ପରେ ପୁଣି ଥରେ ୧୪ ଏପ୍ରିଲରେ ଶ୍ରୀନଗରରେ ଆକ୍ରମଣ ପାଇଁ ହୋଇଥିଲା ବ୍ଲୁ ପ୍ରିଣ୍ଟ । କିନ୍ତୁ ଏବେ ଭୋଟିଂ ଦିନ ହିଁ ଆକ୍ରମଣ କରିବାକୁ ଯୋଜନା ଚଳାଇଛନ୍ତି ଆତଙ୍କବାଦୀ । ପୁଲୱାମା ଠାରୁ ଅନେକ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ । ଏବଂ ସେଥିପାଇଁ ଲଗାତାର ମାହୋଲ୍ ମଧ୍ୟ ବିଗାଡିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.