ମୟୁରଭଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ

କେନ୍ୟୁଜ୍ : ସିଏମ୍‌ଙ୍କ ଥାର୍ଡ ଫେଜ୍‌ ପ୍ରଚାର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡାରେ ପହଞ୍ଚି ନିର୍ବାଚନ ସଭାରେ ଉଦବୋଧନ ଦେଇଛନ୍ତି ନବୀନ । କେନ୍ଦ୍ର ଉପରେ ବର୍ଷିଛନ୍ତି । ଚାଷୀ ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା। ୨ଟି କିସ୍ତିର ୧୦ ହଜାର ଟଙ୍କା ମିଳିବ। ନବୀନ କହିଛନ୍ତି ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର, ‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବି । ସେହିପରି ‘ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ବିଜେଡି କହିଛନ୍ତି । ‘ମା’ମାନଙ୍କ ପାଇଁ ବିଜେଡି ବହୁ ଯୋଜନା କରିଛି । ‘ମା’ମାନଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ମିଳିବ।

ଏହାପରେ ସେଠାରୁ କେନ୍ଦୁଝର ଜିଲ୍ଲାକୁ ଆସିବେ ନବୀନ। ପ୍ରଥମେ କେନ୍ଦୁଝର ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପରେ ସଦର ନିର୍ବାଚନ ମଣ୍ଡଳୀର ପଦ୍ମପୁର, ତେଲକୋଇ ନିର୍ବାଚନ ମଣ୍ଡଳୀର ତେଲକୋଇ, ଘଷିପୁରା ନିର୍ବାଚନ ମଣ୍ଡଳୀର ଘଟଗାଁ ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଛେନାପଦୀରେ ନିର୍ବାଚନ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଛେନାପଦୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ସେଠାରୁ ହେଲିକପ୍ଟରରେ ଆସି କଟକ-ବାରବାଟୀ ହେଲିପ୍ୟାଡରେ ଅବତରଣ କରିବେ । ଅପରାହ୍ନ ୩ଟା ୪୦ରେ କଟକ-ବାରବାଟୀରୁ ରୋଡ ଶୋରେ ବାହାରି ଚୌଦ୍ୱାର ଦେଇ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି ।

 

Leave A Reply

Your email address will not be published.