Below header

ତେରେ ଦ୍ୱାର ଖଡ଼ା ଏକ ଯୋଗୀ ….. ଏବେ ମନ୍ଦିର ମନ୍ଦିର ବୁଲୁଛନ୍ତି ଆଦିତ୍ୟନାଥ

ଠିକଣା ବେଳକୁ ଲାଗି ଗଲା ବ୍ୟାନ୍‌ । ଆଉ ଭାଷଣ ଦେଇ ପାରୁ ନାହାନ୍ତି କି ନିର୍ବାଚନୀ ସଭାରେ ଯୋଗ ଦେଇ ପାରୁନାହାନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେଣୁ ସେ ଆଉ ଗୋଟିଏ ବାଟ ଧରିଛନ୍ତି । ଏହି ସମୟ ଭିତରେ ଯୋଗୀ ବିଭିନ୍ନ ମନ୍ଦିର ବୁଲି ଦର୍ଶନ କରିବା ସହିତ ଈଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

ଭାଷଣ ବେଳେ ବିବାଦୀୟ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ନିର୍ବାଚନ କମିଶନ୍‌ ଯୋଗୀଙ୍କ ସମେତ ମାୟାବତୀ, ମେନକା ଗାନ୍ଧୀ ଓ ଆଜମ ଖାନ୍‌ଙ୍କ ଉପରେ କଟକଣା ଲଗାଇଛନ୍ତି । ସେମାନେ ଭାଷଣ ଦେଇ ପାରିବେ ନାହିଁ କିମ୍ବା କୌଣସି ନିର୍ବାଚନୀ ସଭା ସମିତିରେ ଯୋଗ ଦେଇ ପାରିବେ ନାହିଁ । ସେଥିଲାଗି ମଙ୍ଗଳବାର ଦିନ ସାରା ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌର ହନୁମାନ ସେତୁ ସ୍ଥିତ ବଜରଙ୍ଗବଲିଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେ ପ୍ରାୟ ୨୦ ମିନିଟ୍‌ ଯାଏ ମନ୍ଦିରରେ ରହିଥିଲେ । ତେବେ ଏହି ସମୟରେ ସେ ଅପେକ୍ଷା କରି ରହିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟ ନଦେଇ କେବଳ ହସି ଦେଇ ଚାଲିଯାଇଥିଲେ । ଏହା ପରେ ସେ ବଳରାମପୁର ସ୍ଥିତ ଶକ୍ତିପୀଠ ଦେବୀ ପାଟନ୍‌ ଯାଇ ପୂଜାର୍ଚ୍ଚନା କରିଥିଲେ ।

ଯୋଗୀଙ୍କ ଉପରେ ୭୨ ଘଣ୍ଟା ଅର୍ଥାତ୍‌ ତିନି ଦିନର କଟକଣା ଲାଗିଛି । ନିର୍ବାଚନୀ ଯୁଦ୍ଧରେ ଗୁରୁବାର ଦିନ ତାଙ୍କର ଭାଗ୍ୟ ପରୀକ୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.