ମାତ୍ର ୧ ଟଙ୍କା ନିବେଶରେ କିଣି ପାରିବେ ସୁନା, ଏହି କମ୍ପାନୀ ଗୁଡିକ ଦେଉଛନ୍ତି ଅଫର

ନୂଆଦିଲ୍ଲୀ : ଭାରତରେ ସୁନା କିଣିବା ଏବଂ ପିନ୍ଧିବାର ସଉକ ପ୍ରାୟ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ। ପୁରାତନ କାଳରୁ ଆରମ୍ଭ କରି ଆଜି ପର‌୍ୟ୍ୟନ୍ତ ସମସ୍ତେ ସୁନା କଣିବାକୁ ଖୁବ ପସନ୍ଦ କରିଥାନ୍ତି। କିନ୍ତୁ ସୁନା କିଣିବାର ଇଛା ଥିଲେ ମଧ୍ୟ ଟଙ୍କା ଅଭାବରୁ ଅଥବା ଏକା ସାଙ୍ଗରେ ଲକ୍ଷଧିକ ଟଙ୍କା ନଥିବାରୁ ଲୋକ ସୁନା କରିବାରେ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଜିଡିଟାଲ ଆପ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଆପଣ ମାତ୍ର ୧ ଟଙ୍କାରେ ସୁନା କିଣିପାରିବେ। ଆସନ୍ତୁ ଜାଣିବା କିପରି ଉଠାଇବେ ଏହି ଅଫର ଫାଇଦା।

digital-gold

ଦେଶ ଡିଟାଲାଇଜେସନ୍ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଡିଜିଟାଲ ୱାଲେଟର ଚଳଣି ବଢ଼ିବାରେ ଲାଗିଛି। ଭାରତରେ ଏପରିକି ଅଧିକାଂଶ ପେମେଣ୍ଟ ଓ୍ବାଲେଟ ଗୁଡ଼ିକରେ ମାଗଣାରେ ଆକାଉଣ୍ଟ ଖୋଲିବାର ସୁବିଧା ମଧ୍ୟ ଦିଆଯାଇଛି। ଏହି ଡିଜି ୱାଲେଟରେ ଟଙ୍କା ରୁ ଆରମ୍ଭ କରି ସୁନା ଆଦିକୁ ସୁରକ୍ଷିତ ରଖିବାର ସୁବିଧା ରହିଛି। ଏଠାରେ ମାତ୍ର ୧ ଟଙ୍କା ନିବେଶରେ ଆପଣ ସୁନା କିଣିପାରିବେ। ଏପରିକି ଡିଜି ୱାଲେଟରେ କିଣାଯାଇଥିବା ସୁନା ସଂପୂର୍ଣ୍ଣ ସୁରକ୍ଷିତ ମଧ୍ୟ ରହିଥାଏ।

ଏହି ଆପ ମାନଙ୍କ ମଧ୍ୟରେ ପ୍ରଥମରେ ରହିଛି ପେଟିଏମ୍ ଆପ। ଏହାଛଡ଼ା ଗୁଗୁଲପେ, ଫୋନପେ ଭଳି ଆପ ମାନଙ୍କରେ ମଧ୍ୟ ଆପଣ ମାତ୍ର ୧ ଟଙ୍କା ନିବେଶରେ ୨୪ କ୍ୟାରେଟର ସୁନା କିଣିପାରିବେ।

Paytm-leads-in-UPI

୨୦୧୨ମସିହାରେ ଡିଜିଟାଲ ଗୋଲ୍ଟ ଆକାଉଣ୍ଟ ଆରମ୍ଭ ହେବା ପରେ ଗତ ୭ବର୍ଷ ମଧ୍ୟରେ ପାଖାପାଖି ୮କୋଟି ଖାତା ଖୋଲାଯାଇଛି। ପେଟିଏମ୍,ଗୁଗଲପେ,ଫୋନପେ ଭଳି ଓ୍ବାଲେଟ୍ ଏପରି ଆକାଉଣ୍ଟର ସୁବିଧା ଦେଇଥାଏ। ଡିଜିଟାଲ ଗୋଲ୍ଡ ରଖିବା ଦ୍ବାରା କମ୍ପାନୀ ଦୁଇ ବର୍ଷ ପର‌୍ୟ୍ୟନ୍ତ କୈାଣସି ଶୁଳ୍କ ନେଇ ନଥାଏ। ପରେ ଲକର ତୁଳନାରେ ମାମୁଲି ଶୁଳ୍କ ଲାଗିଥାଏ। ଅଧିକାଂଶ ଓ୍ବାଲେଟ୍ ୫ବର୍ଷ ଯାଏଁ ଡିଜିଟାଲ ଗୋଲ୍ଟ ଜମା ରଖିଥାଆନ୍ତି।

ଡିଜିଟାଲ ଗୋଲ୍ଡ ହେଉଛି ୨୪କ୍ୟାରେଟ ସୁନାକୁ ଅନଲାଇନରେ କମ୍ ଟଙ୍କା ନିବେଶରେ କିଣିବାର ଏକ ସହଜ ମାଧ୍ୟମ। କେତେକ କମ୍ପାନୀ ଏବେ ଡିଜିଟାଲ ଗୋଲ୍ଡକୁ ବିନା ଶୁଳ୍କରେ ଗହଣା କରିବାର ସୁବିଧା ପ୍ରଦାନ କରୁଛି। ଏଥିପାଇଁ କେତେକ କମ୍ପାନୀ ପ୍ରାୟତଃ ସବୁ ଜୁଏଲାରୀ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି। ଏଥିରେ ଆପଣ ଯେତେ ଟଙ୍କା ବିନିଯୋଗ କରିବେ ସେତିକି ମାତ୍ରାରେ ସୁନା ସୁରକ୍ଷିତ ରଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.