ଜଙ୍ଗଲୀ ଗରିଲାଙ୍କୁ ମଧ୍ୟ ଚଢ଼ିଲା ସେଲ୍ଫି ଉଠାଇବାର ସଉକ, ଫଟୋ ଭାଇରାଲ

ସୋସିଆଲ ମିଡିଆରେ କଙ୍ଗୋର ବେରୁଙ୍ଗା ନ୍ୟାସନାଲ ପାର୍କର ଏକ ଫଟୋ ବହୁ ସଂଖ୍ୟାକ ଭାଇରାଲ ହେଉଛି। ଏହି ଫଟୋରେ ଦୁଇ ଗରିଲା କାର‌୍ୟ୍ୟରତ ରେଞ୍ଜରଙ୍କ ସହ ସେଲ୍ଫି ନେଉଥିବାର ନଜର ଆସିଛନ୍ତି। ଏହି ଦୁଇ ଗରିଲା ସେଲଫି ନେଉଥିବା ରେଞ୍ଜରଙ୍କ ପଛରେ ଠିଆ ହୋଇ ପୋଜ ଦେଉଥିବାର ନଜର ଆସିଛି।

gorila

ଗୁରୁବାର ଦିନ ଗରିଲାଙ୍କ ଏହି ଫଟୋକୁ ପୋଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ପର‌୍ୟ୍ୟନ୍ତ ତାହାକୁ ୧୭ହଜାରୁ ଅଧିକ ଶେୟାର କରାଯାଇଥିବା ବେଳେ ୧୮ ହଜାର ରିଆକ୍ସନ ଏବଂ ୨ହଜାରରୁ ଅଧିକ କମେଣ୍ଟ ମିଳିଛି। ଏହି ପୋଷ୍ଟଟି ଟ୍ବିଟର ଏବଂ ଇନଷ୍ଟାଗ୍ରାମରେ ବହୁ ସଂଖ୍ୟାକ ଭାଇରାଲ ହେଉଛି।

gorillas 2

ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଶେୟାର କରିବା ସହ ଏହାର କ୍ୟାପସନରେ ଲେଖାଯାଇଛି, “ଅଫିସରେ ଆଉ ଗୋଟିଏ ଦିନ”। କହିବାକୁ ଚାହିଁବୁ ସେଲଫିରେ ଥିବା ଦୁଇ ଗରିଲାଙ୍କ ନାମ ‘ମେଟାବିଶୀ’ ଏବଂ ‘ନଦାକାଶୀ’। ଏହି ନ୍ୟାସନାଲ ପାର୍କରେ ପଶୁଙ୍କ ସୁରକ୍ଷା ପାଇଁ ମୋଟ ୬୦୦ଜଣ ରେଞ୍ଜର କାର‌୍ୟ୍ୟରତ ଅଛନ୍ତି। ସେମାନେ ଅନବରତ ପଶୁ ମାନଙ୍କର ସେବା ଏବଂ ସୁରକ୍ଷା କରିଥାନ୍ତି। ସୋସିଆଲ ମିଡିଆରେ ଏହି ଶେୟାର ଫଟୋକୁ ଅନେକ ଲୋକ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.