ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା। ସ୍କୁଲ ଜୀବନ ଛାଡି କଲେଜରେ ପାଦ ଥାପିଛନ୍ତି ଛାତ୍ରଛାତ୍ରୀ। ନବାଗତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟର ବିଭିନ୍ନ କଲେଜରେ ପ୍ରସ୍ତୁତି କରାଯାଇଥିଲା। ଚଳିତ ବର୍ଷ ରାଜ୍ୟର ୧୫୯୬ଟି ଜୁନିୟର କଲେଜରେ ପ୍ରାୟ ୪ଲକ୍ଷ ୨୪ହଜାର ୭୩୯ ସିଟ୍ ପାଇଁ ନାମଲେଖା ଯାଇଛି।

ତେବେ ଦୁଇଟି ପର୍ୟ୍ୟାୟରେ ନାମ ଲେଖା ସରିବା ପରେ ମଧ୍ୟ ରାଜ୍ୟରେ ୯୩ହଜାରରୁ ଅଧିକ ସିଟ୍ ଖାଲି ପଡିଛି। ସେସବୁ ସିଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତାକାଲି ସରିବ। ପ୍ରଥମ ପର୍ୟ୍ୟାୟରେ ୨ଲକ୍ଷ ୯୩ହଜାର ୪୯୯ ଓ ଦ୍ୱିତୀୟ ପର୍ୟ୍ୟାୟରେ ୨୨ହଜାର ୭୦୧ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

Leave A Reply

Your email address will not be published.