ରାଜଧାନୀରେ ନାବାଳିକା ବିବାହକୁ ରୋକିଲା ପୋଲିସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୋଲିସ୍‌ ସହାୟତାରେ ରାଜଧାନୀରେ ନାବାଳିକା ବିବାହକୁ ରୋକିଲା ଚାଇଲଡ୍‌ ଲାଇନ୍‌ । ଗତକାଲି ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର କଲ୍ୟାଣ ମଣ୍ଡପରେ ଜଣେ ୧୭ ବର୍ଷ ବୟସର ନାବାଳିକାର ବିବାହ କରାଯାଉଥିଲା । ଖବର ପାଇ ସିଡବଲ୍ୟୁସି ସଦସ୍ୟ, ସିଡିପିଓ ଏବଂ ଅଙ୍ଗନବାଡ଼ି ସୁପରଭାଇଜର ଖଣ୍ଡଗିରି ଥାନା ପୋଲିସ୍‌କୁ ନେଇ ସେଠାରେ ପହଞ୍ଚିଥିଲେ । ସେମାନେ ବାହାଘରକୁ ବନ୍ଦ କରିଥିଲେ । ଫଳରେ କନ୍ଧମାଳରୁ ଆସିଥିବା ୨୯ ବର୍ଷ ବୟସ୍କ ବର ଫେରି ଯାଇଥିଲା ।

Leave A Reply

Your email address will not be published.