୨୦ ଟଙ୍କିଆ ନୋଟ୍‌ର ନବକଳେବର, ଏମିତି ରୂପରେ ବଜାର ପ୍ରବେଶ କରିବ ଏହି ନୋଟ୍‌

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଖୁବ ଜଲଦି ବଜାରକୁ ଆଣିବାକୁ ଯାଉଛି ନୂଆ ୨୦ ଟଙ୍କିଆ ନୋଟ୍‌। ଏଥିରେ ମହାତ୍ମା ଗାନ୍ଧିଙ୍କ ଫଟୋ ଏକ ନୂଆ ସିରିଜରେ ଆସୁଥିବା ବେଳେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ମଧ୍ୟ ରହିବ ।new note of 20 rupees
ରିଜର୍ଭ ବ୍ୟାଙ୍କ ତରଫର କୁହାଯାଇଛି ଯେ, ଏହି ନୂଆ ୨୦ ଟଙ୍କିଆ ନୋଟ୍‌ ସବୁଜ ଓ ହଳଦିଆ ରଙ୍ଗ ହୋଇ ଆସିବ । ନୋଟ୍‌ର ପଛପଟେ ଦେଶର ସଂସ୍କୃତି ବହନ କରୁଥିବା ଏଲୋରା ଗୁମ୍ଫାର ଛବି ରହିବ । କିନ୍ତୁ ପୁରଣା ନୋଟର ଲିଗାଲ ଟେଣ୍ଡର ଶେଷ ହେବ ନାହିଁ ଯାହା ଫଳରେ ପୁରଣା ନୋଟ୍‌ ମଧ୍ୟ ଆଗ ଭଳି ଚାଲୁ ରହିବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ମିଳିଛି । ଏହି ନୂଆ ନୋଟ୍‌ର ଆକାର ୬୩mmX୧୨୯mmର ରହିବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.