ଓଏଲଏକ୍ସ ଟେଷ୍ଟ ଡ୍ରାଇଭ ନାଁରେ ଲୁଟ, ଅଭିଯୁକ୍ତ ସହ ୨୫ଟି ଗାଡି ଜବତ

ଭୁବନେଶ୍ୱର(କେନ୍ୟୁଜ୍) :ଓଏଲଏକ୍ସ ରୁ-ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟ୍ କରୁଥିବା ‘ଓଏଲଏକ୍ସ ଠକ’କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍। ଦୀର୍ଘଦିନ ହେଲା ଲୋକ ଓ ପୋଲିସକୁ ଚକମା ଦେଇ ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଠାରୁ ଦିନ ଦିପହରରେ ଆଖିରେ ଆଙ୍ଗୁଠି ଗେଂଜି ସେ ଗାଡି ଲୁଟ୍ କରୁଥିଲା।ସେ ପୁଣି ଅତି ସହଜ ଉପାୟରେ । ତା’ ନିକଟରୁ ପାଖାପାଖି ୨୫ରୁ ଅଧିକ ଗାଡି ଜବତ କରିଛି ପୋଲିସ ।

olx theft

ସୂଚନା ଅନୁଯାୟୀ, କିଛଦିନ ପୂର୍ବେ ଶହୀଦନଗର ଅଂଚଳରୁ ଟେଷ୍ଟ୍ ଡ୍ରାଇଭ ନାଁରେ ଏକ ଗାଡି ଲୁଟ୍ ହୋଇଥିଲା । ସେହିପରି ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଂଚଳରୁ ମଧ୍ୟ ଏଭଳି ଏକାଧିକ ଗାଡି ଏକାଢ଼ଙ୍ଗ ରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଭାର ସ୍ପେଶାଲ ସ୍କ୍ବାର୍ଡକୁ ଦିଆଯାଇଥିଲା ।

olx theft 3

ଏବେ ଏହି ମାମଲାରେ ଗିରଫ ହୋଇଛନ୍ତି ପେସାଦାର ଓଏଲଏକ୍ସ ଲୁଟେରା ମନୋଜ ପାତ୍ର। ପୋଲିସ ତାକୁ ଜେରା କରିବା ପରେ ‘ଓଏଲଏକ୍ସ’ ଠକ ଗ୍ୟାଙ୍ଗ ସମ୍ପର୍କରେ ସୁରାକ ପାଇ । ସେ ଭୁବନେଶ୍ବର ଓ କଟକରୁ ପାଖାପାଖି ୫୦ରୁ ଅଧିକ ଗାଡି ଲୁଟ୍ କରିଥିବା ସ୍ବୀକାର କରିଥିଲା । ପୋଲିସ ତା’ ବୟାନକୁ ଆଧାର କରି ଲୁଟ୍ ଗାଡିକୁ ଜବତ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲା ଓ ଜିଲ୍ଲା ବାହାରେ କମିଶନରେଟ୍ ପୋଲିସ ଚଢଉ କରି ପାଖାପାଖି ୨୫ରୁ ଅଧିକ ଗାଡି ଜବତ କରିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.