ମେ ପହିଲାରୁ ଏୟାର ଇଣ୍ଡିଆର ନୂଆ ନିୟମ, ଜାଣନ୍ତୁ କ’ଣ?

ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆର ଏକ ବଡ ସୁବିଧା । ଏହି ସୁବିଧା ଆସନ୍ତା ମେ ପହିଲାରୁ ପ୍ରଦାନ କରାଯିବ। ଯାତ୍ରୀମାନେ ସେମାନଙ୍କ ଟିକେଟ୍ ବୁକ୍ କରିବାର ୨୪ ଘଣ୍ଟା ମଧ୍ୟରେ ଯଦି ବାତିଲ କରନ୍ତି କିମ୍ବା କୌଣସି ପରିବର୍ତନ ଆଣନ୍ତି ତେବେ ସେମାନଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ତେବେ ‌ଟିକେଟ୍ ବୁକିଂ ତାରିଖର ୭ ଦିନ ପରେ ଉକ୍ତ ବିମାନର ଉଡ଼ାଣ ହେଉଥିବା ଆବଶ୍ୟକ। ଗତ ୨୭ ତାରିଖରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ ପାସେଞ୍ଜର ଚାର୍ଟର ଜାରି କରାଯାଇଛି। ଏଥିରେ ବିମାନ ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଉଲ୍ଲେଖ ହୋଇଛି। ସେହିଭଳି ଗତ ୨୪ ତାରିଖରେ ଏୟାର ଇଣ୍ଡିଆ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ଏ ବିଷୟରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.