କେନ୍ୟୁଜ୍ : ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗର ପବନ ବହିବା ସହିତ ତାଣ୍ଡବ ରଚିବାକୁ ମାଡିଆସୁଛି ବାତ୍ଯା ଫନି । ବଙ୍ଗୋପସାଗର ଉପରେ ସୃଷ୍ଟ ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ‘ଫନି’ ଅତି ସାଙ୍ଘାତିକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି। ତେବେ ଏହି ସାମୁଦ୍ରିକ ବାତ୍ୟାର ନାଁ ଫନି ହୋଇଥିବା ବେଳେ ଏହାର ନାମକରଣ ବାଂଲାଦେଶ ଦ୍ବାରା କରାଯାଇଛି । ବିଶ୍ବ ପାଣିପାଗ ବିଜ୍ଞାନ କେନ୍ଦ୍ର(WMO) ପକ୍ଷର ନିମୟ ଅନୁଯାୟୀ ବିଭିନ୍ନ ଦେଶ ଏପରି କିଛି ନାଁର ସୂଚୀ ପ୍ରସ୍ତୁତ କରିଥାନ୍ତି । ଏଥିରୁ ବିଭିନ୍ନ ସମୟରେ ହେଉଥିବା ବାତ୍ୟାର ନାମକରଣ କରାଯାଇଥାଏ । ଏହି ଦେଶ ମାନଙ୍କ ମଧ୍ୟରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦୀପ, ମିୟାମାର,ଓମାନ,ପାକିସ୍ତାନ ଏବଂ ଥାଇଲ୍ୟାଣ୍ଡ ଏହି ସବୁ ବାତ୍ୟାର ନାମକରଣ କରି ପଠାଇଥାନ୍ତି । ଦକ୍ଷିଣ ଏସିଆର ଏହି ଆଠଟି ଦେଶ ପଠାଇଥିବା ନା ଭିତରୁ ଭବିଷ୍ୟତରେ ହବାକୁ ଥିବା ବାତ୍ୟାର ନାମକରଣ ପାଇଁ ଆଠଟି ନାଁ ବଛାଯାଇଥାଏ। ଏହି ସୂଚୀରୁ ଫନି ନାମଟି ବଛାଯାଇଥିଲା । ଫନି ଶବ୍ଦର ଅର୍ଥ ହେଉଛି – ଫଣା ଟେକିଥିବା ସାପ ।