ରେଳ ଲାଇନରେ ସେଲ୍ଫି ନେବା ପଡ଼ିଲା ମହଙ୍ଗା, ଦୁଇ ଭଣଜାଙ୍କ ସହ ମାମୁଁଙ୍କ ମୃତ୍ୟୁ

ପାନୀପଥର ସେକ୍ଟର ୬ ସ୍ଥିତ ତାଓ ଦେବୀ ଲାଲ ପାର୍କ ପଛରେ ରେଳ ଲାଇନରେ ସେଲ୍ଫି ନେବା ସମୟରେ ଟ୍ରେନ ଦୁର୍ଘଟଣାରେ ଗତ ସୋମବାର ଦିନ ଦୁଇ ଭଣଜାଙ୍କ ସହ ମାମୁଁଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଦିଲ୍ଲୀ ନିବାସୀ ଯୁବକ ବଞ୍ଚିଯାଇଥିଲେ। ଏଥିରେ ଅଶୋକ ବିହାର କଲୋନୀ ସ୍ଥିତ ମୃତ ଶନିଙ୍କ ଘରକୁ ଶୁକ୍ରବାର ଦିନ ଏକ ବିବାହ ଉତ୍ସବରେ ଯୋଗ ଦେବା ଆସିଥିଲେ।

crimeଘରେ ବସି ବୋର୍ ହେଉଥିବା ସମୟରେ ୪ ଜଣ ଯୁବକ ବାଇକରେ ବୁଲିବା ବାହାନାରେ ଚାରୋ ତାଓ ଦେବୀ ଲାଲ୍ ପାର୍କକୁ ଯାଇଥିଲେ। ଏହାପରେ ସେ ପାର୍କ ପଛରେ ଥିବା ରେଳ ଲାଇନରେ ସେଲ୍ଫି ନେବା ସମୟରେ ଟ୍ରେନ ଦୁର୍ଘଟଣାରେ ମାମୁଁଙ୍କ ସହ ଦୁଇ ଭଣଜାଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ମୃତକଙ୍କ ସମ୍ପର୍କୀୟ ଅଜୟ କହିଛନ୍ତି, ପରିବାର ସଦସ୍ୟ ଏହି ଘଟଣା ସମ୍ପର୍କରେ ସଂନ୍ଧ୍ୟା ୭.୩୦ରେ ସୂଚନା ପାଇଥିଲେ। ଖବର ପାଇବା ପରେ ସମ୍ପର୍କୀୟମାନେ ରେଳ ଲାଇନରେ ପହଞ୍ଚିବା ପରେ ତିନି ଜଣଙ୍କ ଶରୀର କଟା ହୋଇଥିବା ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ।

diedଘଟଣା ସ୍ଥଳରେ ଥିବା ଲୋକମାନଙ୍କ କହିବା ଅନୁଯାୟୀ ଏହି ଚାରିଜଣ ଯୁବକ ଅନେକ ସମୟ ଧରି ରେଳ ଲାଇନରେ ଫଟୋଗ୍ରାଫି କରୁଥିଲେ। ଏହି ସମୟରେ ସେମାନେ ଫୋନର ଫ୍ରଣ୍ଟ କ୍ୟାମେରରରେ ପଛରୁ ଟ୍ରେନ ଆସୁଥିବାର ଦେଖି ଜଣେ ତାଙ୍କର ବାମ ପଟକୁ ଡେଇଁ ପଡ଼ିବା ସମୟରେ ବାକି ତିନିଜଣ ତାଙ୍କର ଡାହାଣ ପଟେ ଥିବା ରେଳ ଲାଇନକୁ ଡେଇଁ ପଡ଼ିଥିଲେ। ଫଳରେ ପଛରୁ ଆସୁଥିବା ପାସେଞ୍ଜର ଟ୍ରେନ ତଳେ ଚାପି ହୋଇ ଶନି (୧୭), ଚମନ (୧୮) ଏବଂ ତାଙ୍କର ମାମୁଁ କିସନ (୧୭) ବର୍ଷ ବୟସର ଏହି ତିନି ଯୁବକଙ୍କର ଘଟଣା ସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.