Below header

ଭାରତର ୪୩ ବର୍ଷ ଇତିହାସରେ ‘ଫନି’ ହେଉଛି  ସବୁଠୁ ଶକ୍ତିଶାଳୀ ବାତ୍ୟା !

ଏପ୍ରିଲ ମାସରେ ବଙ୍ଗୋପସାଗରରେ ଦାନା ବାନ୍ଧିଛି ବାତ୍ୟା ଫନି। ମେ ମାସରେ ମାଡ଼ ହେବ। ପୁରୀ ଉପକୂଳରୁ ପାଖାପାଖି ୬୮୦ କିଲୋମିଟର ଦୂରରେ ଏବେ କେନ୍ଦ୍ରଭୂତ ହୋଇଛି ବାତ୍ୟା ଫନି। ବିଭିନ୍ନ ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଭାରତର ୪୩ ବର୍ଷ ଇତିହାସରେ ଫନି ହେଉଛି ଦେଶରେ ଆସିଥିବା ସବୁଠୁ ଶକ୍ତିଶାଳୀ ବାତ୍ୟା। ପ୍ରାୟତଃ ମୌସୁମୀ ଫେରିବା ବେଳେ ଅକ୍ଟୋବର-ନଭେମ୍ବର ମାସରେ ବାତ୍ୟା ଆସିଥାଏ। କିନ୍ତୁ ମୌସୁମୀର ଆଗମନ ପୂର୍ବରୁ ମେ ମାସରେ ବଙ୍ଗୋପସାଗରରେ ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼।

faniiପାଣିପାଗ ବିଭାଗର ସୂଚନା ଅନୁସାରେ, ୧୯୬୫ରୁ ୨୦୧୭ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ୪୬ଟି ସିଭୟର ସାଇକ୍ଲୋନିକ ଷ୍ଟର୍ମ ଆସିଛି। ଏହା ଭିତରୁ ପାଖାପାଖି ୨୮ଟି ଅକ୍ଟୋବରରୁ ଡିସେମ୍ବର ଭିତରେ ଉପକୂଳ ଛୁଇଁଛି। ମେ ମାସରେ ଦାନା ବାନ୍ଧିଛି କେବଳ ୬ଟି ବାତ୍ୟା। ସେହିପରି ୧୯୬୬ ଓ ୧୯୭୬ ମସିହା ଏପ୍ରିଲ ମାସରେ ଦୁଇଟି ବାତ୍ୟା ଆସିଥିବା ରେକର୍ଡରୁ ଜଣା ପଡ଼ିଛି। ବଙ୍ଗୋପସାଗରରେ ଡିପ୍ରେସନରୁ ସୃଷ୍ଟି ହୋଇଥାଏ ଟ୍ରୋପିକାଲ୍‌ ସାଇକ୍ଲୋନ୍‌। ଡିପ୍ରେସନ୍‌ ଅତ୍ୟଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ୩୫ ପ୍ରତିଶତ ରହିଥାଏ। ସେହିପରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବାର ସମ୍ଭାବନା ମାତ୍ର ୭ ପ୍ରତିଶତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.