ଗୁମୁରି କାନ୍ଦୁଛି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ, ଉଡ଼ିଯାଇଛି ପୁରୁଣା କୋଠା

ସାମୁଦ୍ରିକ ବାତ୍ୟା ଫନି ଭାଙ୍ଗି ଦେଇଛି କଳିଙ୍ଗ ଷ୍ଟୁଡିଓର ମେରୁଦଣ୍ଡ । ଦୀର୍ଘଦିନ ପରେ ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ଏହି ଷ୍ଟୁଡିଓକୁୁ ବୋଧେ ଦଇବ ସହିଲାନି । ଫନି ସବୁ ଉଡେଇ ଦେଇଛି ପୁଣି ମୋଡିମାଡି ଅଣ୍ଟା ଭାଙ୍ଗି ଦେଇଛି । ପୁରୁଣା କୋଠା, ପମ୍ପ ହାଉସ୍‌, ଜମିଦାରୀ କୋଠାର ଟିଣ ଉଡେଇ ନେଇଛି । ଭିତରେ ଗୋଟିଏ ବି ଗଛ ନାହିଁ । ଯାହା ଥିଲା ସବୁ ଭାଙ୍ଗି ଯାଇଛି ।

ଓଡିଶାର ଏକ ମାତ୍ର ଓ ବହୁ ପୁରାତନ ଷ୍ଟୁଡିଓ କଳିଙ୍ଗ ଷ୍ଟୁଡିଓ । ଶହଶହ ଓଡିଆ ସିନେମା ତିଆରି କରିଛି ଏହି ଷ୍ଟୁଡିଓ । ପୌରାଣିକ ସିନେମା କୁହନ୍ତୁ ଅବା ପାରିବାରିକ ସିନେମା । ସବୁ ଏହି ଷ୍ଟୁଡିଓ ଭିତରେ ସୁଟିଂ ହେଉଥିଲା । ସିନେମା ଜରିଆରେ ପ୍ରତିଟି ଓଡିଆଙ୍କ ଘରେ ଓଡିଶାର କଳା ଓ ସଂସ୍କୃତିକୁ ପହଁଞ୍ଚାଇବାରେ ସକ୍ଷମ ହେଉଥିଲା କଳିଙ୍ଗ ଷ୍ଟୁଡିଓ । ହେଲେ ଫନିର ପ୍ରଭାବରେ ସେସବୁ ଏବେ ଧ୍ୱଂସ ହୋଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.