ମାଲକାନଗିରିରେ ପୁଣି ମାତିଲେ ମାଓବାଦୀ। ମାଥିଲି ଥାନା ଗଗାପଦର ଜଙ୍ଗଲରେ ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣରେ ୩ ଏସ୍ଓଜି ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବାୟୁସେନା ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।
ଆଉ ଜଣଙ୍କୁ ମାଲକାନଗିରି ମେଡିକାଲ ପଠାଯାଇ ଚିକିତ୍ସା କରାଯାଉଛି। ଗତକାଲି ଯବାନମାନେ କମ୍ବିଂରୁ ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି। ଏହାପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଛି।