ଅନ୍ତିମ ପର୍ଯ୍ୟାୟରେ କରଜ ଛାଡ ଯୋଜନା, ଏହାର ଲାଭ ଉଠାଇପାରିବେ ଦେଶର ଲକ୍ଷ-କୋଟି ଗରିବ

ଭାରତରେ ଛୋଟ କମ୍ପାନୀ,ଛୋଟ ଚାଷୀ ଏବଂ ବ୍ୟବସାୟଙ୍କ କରଜ ଛାଡ ଯୋଜନା ଉପରେ କାମ ଆରମ୍ଭ ହୋଇସାରିଛି । ଏହି ଯୋଜନାକୁ ଲାଗୁ କରିବା ପାଇଁ ଆଗାମୀ ସରକାର ସାମ୍ନାରେ ଏହାକୁ ଲାଗୁ କରାଯିବ । ଏହି କରଜ ଛାଡ ଯୋଜନାର ଲାଭ ଛୋଟ ଚାଷୀ, କାରିଗର ଏବଂ ମାଇକ୍ରୋ ଏଣ୍ଟରପ୍ରାଇଜେସକୁ ମିଳିବ ।

ରିପୋର୍ଟ ଅନୁସାରେ ଏକ ନିର୍ଦ୍ଧାରିତ ଆୟ ଏବଂ ସମ୍ପତ୍ତି ସୀମାରୁ ତଳକୁ ଥିବା ଲୋକଙ୍କ କରଜ ଛାଡ଼ କରାଯିବ । ଏଥିରେ ୬୦,୦୦୦ ବା ଏହାଠାରୁ କମ୍ ବାର୍ଷିକ ଆୟ ଥିବା ଲୋକ, ୩୫,୦୦୦ କିମ୍ବା ଏହାଠାରୁ କମ୍ କରଜ ଥିବା ଲୋକ ଏବଂ ୨୦,୦୦୦ ଟଙ୍କା ବା ଏହାଠାରୁ କମ୍ ସଂପତ୍ତି ଥିବା ଲୋକ ଏହି ଯୋଜନାର ପାତ୍ର ହୋଇପାରିବେ ।

farmerଏହି ଯୋଜନାକୁ ଆଗାମୀ ସରକାରଙ୍କ ସାମ୍ନାରେ ଲାଗୁ କରାଯିବ । କରଜଛାଡ଼ ଆବେଦନକୁ ଦେଖିବା ଏବଂ ଏହା ଉପରେ ଫଇସଲା କରିବା ପାଇଁ ଏକ ଟିମ୍ ପ୍ରସ୍ତୁତ କରାଯିବ । ଯଦି ଏହି ଯୋଜନାର ଲାଭ କେହି ଉଠାଇବାକୁ ଚାହୁଁନଥାନ୍ତି ତେବେ ସେମାନଙ୍କୁ ଏଥିରୁ ସ୍ୱାଧୀନତା ଦିଆଯିବ ।

ଏଭଳି ପଦକ୍ଷେପ ଏଥିପାଇଁ ନିଆଯାଇଛି କାରଣ କରଜଛାଡ଼ ନେଉଥିବା ବ୍ୟକ୍ତିଙ୍କ ଶାଖାରେ ମୋହର ଲାଗିବ ଏବଂ ଭବିଷ୍ୟତରେ କରଜ ନେଲା ବେଳକୁ ଅସୁବିଧା ଉପୁଜିପାରେ । ତେଣୁ ଏହି ବିକଳ୍ପକୁ ଯୋଜନାରେ ରଖାଯିବ । ଏହି ଯୋଜନା ମାଧ୍ୟମରେ ଲକ୍ଷ କୋଟି ଲୋକ ଲାଭବାନ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.