ପୋଲିସ ଭ୍ୟାନରୁ ବାହାରିବା ସମୟରେ ବ୍ୟକ୍ତି ବନାଇଲେ Tiktok, ଭିଡିଓ ହେଉଛି ଭାଇରାଲ

କିଛି ସମୟ ପୂର୍ବରୁ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତି ଘୋଷଣା କରିବା ପରେ ଟିକଟକ ଆପ ଉପରେ ସାରା ଦେଶକୁ ବ୍ୟାନ କରାଯାଇଥିଲା। ଅଦାଲତ ଏବଂ ଅନ୍ୟ ସଂସ୍ଥାଗୁଡିକ ଯୁବଗୋଷ୍ଠିଙ୍କ ଉପରେ ପଡୁଥିବା ଏହାର ଖରାପ ପ୍ରଭାବ ପାଇଁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ଏହା ମଧ୍ୟ କୁହାଯାଉଥିଲା ଯେ ଏହି ଆପ୍ ମିଥ୍ୟା ଖବର ଏବଂ ସନ୍ଦେଶ ବାଣ୍ଟିବାର କାମ କରୁଛି। ଏହାପରେ ମଧ୍ୟ କିଛି ଦିନ ପରେ ଏହି ଆପ୍ ଉପରେ ବ୍ୟାନ ଉଠାଇବାକୁ ଦାବି କରାଗଲା। କିଛି ଦିନ ପରେ ଏହି ବ୍ୟାନ ହଟି ମଧ୍ୟ ଗଲା।

ମେ ୨୪ ତାରିଖରେ ଏହି ବ୍ୟାନ ହଟିଯିବା ପରେ ଟ୍ବିଟରରେ #ReturnOfTikTok ଟପ୍ ଟ୍ରେଣ୍ଡ କରିବାକୁ ଲାଗିଲା। କିନ୍ତୁ ଏବେ ଏହି ଆପ୍ ମାଧ୍ୟମରେ କିଛି ଏମିତି ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖି ଲାଗୁଛି କି ଲୋକମାନେ ଟିକଟକ୍ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି।

ଏହା ହେଉଛି ଆଶ୍ଚର‌୍ୟ୍ୟ କରିଦେବା ଭଳି କଥା

ନିକଟରେ @msiddiqui954 ନାମକ ଏକ ୟୁଜର ଟିକଟକ୍ ଉପରେ ଏମିତି ଏକ ଭିଡିଓ ବନାଇଛନ୍ତି ଯାହାକୁ ଦେଖି ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। କାରଣ ଏହି ଟିକଟକ୍ ଭିଡିଓରେ ବ୍ୟକ୍ତି ପୋଲିସ ଗାଡିରୁ ଉହ୍ଳାଉଥିବାର ଦେଖାଯାଉଛି।
ପୋଲିସ ଷ୍ଟେସନର ରହିଛି ଅନେକ ଫଟୋ

ଏହି ଭିଡିଓର ପୂର୍ବ ଶର୍ଟ ପୋଲିସ ଷ୍ଟେସନର ଅଟେ ଏବଂ ଏହାପରେ ସେ କାରରୁ ବାହାରୁ ଥିବାର ଦେଖାଯାଉଛି। ଫେସବୁକରେ ଏହି ଭିଡିଓକୁ ସେୟାର କରାଯାଇଛି। ଯାହାପରେ ଏହା ଭାଇରାଲ ହେଉଛି।

ଭିଡିଓଟି ମହାରାଷ୍ଟ୍ରର ନାଗପୁରର ଏକ ପୋଲିସ ଷ୍ଟେସନ ଭିତରେ ଶୁଟ କରାଯାଇଛି। ଭିଡିଓକୁ ନେଇ ଲୋକମାନେ ଅଲଗା ଅଲଗା ପ୍ରତିକ୍ରୀୟା ଦେଉଛନ୍ତି। କିଛି ଲୋକ ଏଣ୍ଟ୍ରି କରିବାର ଷ୍ଟାଇଲକୁ ପସନ୍ଦ କରୁଛନ୍ତି ତ ଆଉ କେହି ଆଶ୍ଚର‌୍ୟ୍ୟ ହେଉଛନ୍ତି କିପରି ପୋଲିସ ଭ୍ୟାନରେ ଭିଡିଓଟିକୁ ବନନାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.