ଶେଷ ହେଲା କାହ୍ନାର ପ୍ରଥମ ପର୍ୟ୍ୟାୟ ଅପରେସନ

ବ୍ରହ୍ମପୁର : ଲୋମଶ ବାଳକ କାହ୍ନାର ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଆଜି କାହ୍ନାର ଅପରେସନ୍‌ କରାଯାଇଛି । ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଡାକ୍ତରୀଦଳ ସାଢ଼େ ୬ଘଣ୍ଟା ଧରି ଅପରେସନ୍‌ କରିଥିଲେ । କାହ୍ନାକୁ ନୂଆ ରୂପ ଦେବାପାଇଁ ବିଭିନ୍ନ ପର୍ୟ୍ୟାୟରେ ଅପରେସନ୍‌ କରାଯିବ । ଆଜି ପ୍ରଥମ ପର୍ୟ୍ୟାୟରେ କାହ୍ନା ମୁହଁରେ ବଢ଼ିଥିବା ମାଂସ ପିଣ୍ଡୁଳାର ଅସ୍ତ୍ରୋପଚାର କରାଯାଇଛି । ପରେ ଆସନ୍ତା ୭ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ଅସ୍ତ୍ରୋପଚାର କରାଯିବ ।

ଅପରେସନ ପାଇଁ ପୂର୍ବରୁ ବିଭିନ୍ନ ପରୀକ୍ଷା କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର ରାମଚନ୍ଦ୍ର ନାଇକଙ୍କ ବଡ ପୁଅ କାହ୍ନା । ୫ ବର୍ଷର ଲୋମଶ ପୁଅ କାହ୍ନାର ଜନ୍ମ ବେଳୁ ଶରୀରରେ କଳାଜାଇ ମନ୍ଦା ଥିଲା । ପରବର୍ତ୍ତୀ ସମୟରେ ତାହା ମାଂସ ପିଣ୍ଡୁଳା ଆକାରରେ ବୃଦ୍ଧି ପାଇବା ସହ ଶରୀରରେ ଲୋମ ମଧ୍ୟ ବଢ଼ିଥିଲା । କଳିଙ୍ଗ ଟିଭିର ‘କଳିଙ୍ଗ ବନ୍ଧୁ’ କାର୍ୟ୍ୟକ୍ରମ ସମେତ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାହ୍ନାର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.