ଭଳିକି ଭଳି ଆମ୍ବର ସମ୍ଭାର, ସମ୍ବଲପୁରରେ ଓରମାସ୍‌ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ୍‌

ସମ୍ବଲପୁର(କେନ୍ୟୁଜ୍): ଭଳିକି ଭଳି ଆମ୍ବର ସମ୍ଭାର। ଆମ୍ରପଲ୍ଲୀ,ନୀଲମ୍‌,ଦେଶାରୀ, କଲମୀ ଭଳି ଆମ୍ବ ଷ୍ଟଲରେ ପଡିଛି। ସମ୍ବଲପୁରରେ ଓରମାସ୍‌ ପକ୍ଷରୁ ଆରମ୍ଭ ହୋଇଛି ମ୍ୟାଙ୍ଗୋ ଫେଷ୍ଟିଭାଲ୍‌। ଜିଲ୍ଲାର ଆମ୍ବ ଚାଷୀ ଆମ୍ବ ଆଣି ୧୫ଟି ଷ୍ଟଲ ଖୋଲିଛନ୍ତି। ଏହି ଆମ୍ବ, ମଦର୍ସ ଡାଏରୀ ଦ୍ୱାରା ଦିଲ୍ଲୀକୁ ରପ୍ତାନୀ କରାଯାଉଛି ବୋଲି ଓରମାସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

mangoମେଙ୍ଗୋ ଫେଷ୍ଟିଭାଲ୍‌ରୁ ସମ୍ବଲପୁରବାସୀ ମଧ୍ୟ ଆମ୍ବ କିଣିପାରିବେ। ଜୈବିକ ସାର ଦେଇ ଆମ୍ବ ଚାଷ କରୁଥିବା, ଚାଷୀମାନେ କହିଛନ୍ତି। ଓରମାସ୍‌ର ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ ଆମ୍ବ ଚାଷ ପ୍ରତି ଲୋକେ ଆକୃଷ୍ଟ ହେବେ ବୋଲି ଆଶା ।

Leave A Reply

Your email address will not be published.