ଆଜି ବି ଶପଥ ନେବେ ନବ ନିର୍ବାଚିତ ବିଧାୟକ, ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଅମର ଶତପଥୀ

ଭୁବନେଶ୍ବର(କେନ୍ୟୁଜ୍) : ବିଧାନସଭାରେ ଆଜି ବି ଶପଥ ନେବେ ନବ ନିର୍ବାଚିତ ବିଧାୟକ। ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଯ୍ୟଦିବସରେ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଶପଥ ନେଇଥିଲେ । ଆସନ୍ତାକାଲି ହେବ ବାଚସ୍ପତି ନିର୍ବାଚନ । ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଜେଡି ପକ୍ଷରୁ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ଏଥର ବିଧାନସଭାରେ ଉପ ବାଚସ୍ପତି ଏବଂ ଉପ ମୁଖ୍ୟ ସଚେତକ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ବିଧାନସଭା ନିର୍ବାଚନରେ ବିଜେଡିର ୧୧୨ ଜଣ, ବିଜେପିର ୨୩ ଜଣ ଓ କଂଗ୍ରେସରୁ ୯ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମୋଟ୍‌ ୧୩ ଜଣ ମହିଳା ବିଧାୟିକାଙ୍କ ମଧ୍ୟରୁ ବିଜେଡିରୁ ୧୨ ଜଣ ଓ ବିଜେପିରୁ ଜଣେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.