କିମ୍ସ ଡାକ୍ତରଖାନାକୁ ବଡ଼ ସଫଳତା। କିମ୍ସରେ ଏକାଥରେ ଜନ୍ମ ନେଇଛନ୍ତି ୪ଟି ଶିଶୁପୁତ୍ର। ଭଦ୍ରକ ଜିଲ୍ଲା ବାସୁଦେବପୁର ଗାଁର ନିବେଦିତା ଜେନା କିମ୍ସରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସେ ୪ଟି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସୂତି ଓ ୪ ନବଜାତ ସୁସ୍ଥ ରହିଛନ୍ତି। ଏହା କିମ୍ସ ପାଇଁ ଏକ ବିରଳ ସଫଳତା। ପୂର୍ବରୁ କିମ୍ସରେ ଜଣେ ମହିଳା ୪ଟି ଶିଶୁକୁ ଜନ୍ମ ଦେଇଥିଲେ ସୁଦ୍ଧା ସେମାନଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼ିଥିଲା।