ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କଲା ଭାରତ, ୬ ଓ୍ଵିକେଟରେ ପରାସ୍ତ କଲା ସାଉଥ ଆଫ୍ରିକାକୁ

ବିଶ୍ୱକପ୍ କ୍ରିକେଟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଭାରତ ଆଗରେ ରଖିଥିଲା ୨୨୮ ରନ୍ର ଟାର୍ଗେଟ ଯାହାକୁ ପିଛା କରି ଟିମ ଇଣ୍ଡିଆ ୪୭.୩ ଓଭରରେ ୪ ୱିକେଟ ହରାଇ ୨୩୦ ରନ ହାସଲ କରିଛି।

ସାଉଥଆମ୍ପଟନରେ ଟସ୍ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୨୭ ରନରେ ଅଲ୍ ଆଉଟ୍ ହୋଇଥିଲା। ପ୍ରଥମରୁ ବିପର୍ଯ୍ୟର ସାମ୍ନା କରିଥିଲା ଦଳ। ଟିମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଖସିଥିଲା ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍। ପ୍ରଥମ ଦୁଇଟି ଓ୍ଵିକେଟ ଖସାଇ ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ ଯଶପ୍ରୀତ ବୁମରାହ। ଭାରତ ପକ୍ଷରୁ ଚହଲ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିବା ବେଳେ ବୁମରାହ ଓ ଭୁବନେଶ୍ୱର କୁମାରଙ୍କୁ ୨ଟି ଲେଖାଏଁ ଓ୍ଵିକେଟ ମିଳିଥିଲା ।

Rohit-Sharma

ସେହିପରି ଭାରତର ସ୍କୋର ୧୦୦ ହୋଇ ନଥିବା ବେଳେ ଅଧିନାୟକ ବିରାଟ କୋହଲୀ ଓ ଶିଖର ଧଓ୍ଵନ ଆଉଟ ହୋଇଯାଇଥିଲେ। ଯାହା କିଛି ସମୟ ପାଇଁ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଡରାଇ ଦେଇଥିଲା। ତେବେ ରୋହିତ ଶର୍ମାଙ୍କ ଦମଦାର ବ୍ଯାଟିଂ ଭାରତକୁ ବିଜୟ କରିବାର ଖୁବ ସହାୟକ ହୋଇଥିଲା । ନିଜ କାନ୍ଧରେ ମ୍ୟାଚର ସମ୍ପୂର୍ଣ ଭାର ବୋହୁଥିବା ରୋହିତ ଶର୍ମା ବିଶ୍ୱକପର ପ୍ରଥମ ମ୍ୟାଚରେ ୧୨୨ ରନ ସଂଗ୍ରହ କରିଥିବା ବେଳେ ଏଥିରେ ୧୩ ଟି ଚୌକା ଏବଂ ୨ ଟି ଛକା ସାମିଲ ଥିଲା । ତାଙ୍କର ଏହି ଶତକୀୟ ପରି ଭାରତକୁ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିବାରେ ସହାୟକ ହୋଇଥିଲା ।

ଏତଦବ୍ୟତୀତ ମହେନ୍ଦ୍ର ସିଂ ଧୋନିଙ୍କର ୪୬ ବଲରେ ୩୪ ରନ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କର ୭ ବଲରେ ୧୫ ରନ ଟିମ ଇଣ୍ଡିଆର ବିଜୟକୁ ସୁନିଶ୍ଚିତ କରିଥିଲା । ରବିବାରଦିନ ପରବର୍ତ୍ତୀ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ ।

Leave A Reply

Your email address will not be published.