ସମ୍ବଲପୁର ଶଙ୍କରମାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣା, କଟାମୁଣ୍ଡା ଧରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ

ସମ୍ବଲପୁର(କେନ୍ୟୁଜ୍) : କଟାମୁଣ୍ଡା ଧରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ। ଉଜ୍ୱଳ ଗାଁର ସତ୍ୟନାରାୟଣ ମୁଣ୍ଡାଙ୍କୁ ଶୋଇଥିବା ଅବସ୍ଥାରେ ସଂପର୍କୀୟ ଭାଇ ହାଣିଦେଲା । ଏହି ବିଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଲେଇମାଲ ଗାଁରେ ଘଟିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇଛି। ତା ନାଁ ଉଜ୍ୱଳ ମୁଣ୍ଡା। ତାକୁ ଅଇଁଠାପାଲି ଥାନା ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି, ସତ୍ୟନାରାୟଣ ମୁଣ୍ଡା ଶୋଇଥିବା ବେଳେ ତାଙ୍କୁ ଅତି ବୀଭତ୍ସ ଭାବେ ସେ ହତ୍ୟା କରିଥିଲା। ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ତାକୁ ପଚରାଉଚରା କରୁଛି ପୋଲିସ। ପୂର୍ବ ଶତ୍ରୁତାରୁ ସେ ସତ୍ୟନାରାୟଣଙ୍କୁ ହତ୍ୟା କରିଛି।

Leave A Reply

Your email address will not be published.