ମିନିଟ୍ ମଧ୍ୟରେ ବନାନ୍ତୁ ଟେଷ୍ଟୀ ‘ପିଆଜ ପରଟା’

ଆପଣ ବହୁତ ପ୍ରକାର ପରଟା ବନାଇ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଅଲଗା ସ୍ବାଦର ପରଟା ନେଇ ଆସିଛୁ। ଯାହାକୁ ଖାଇଲା ପରେ ଆପଣ ଏହାର ସ୍ବାଦକୁ ଭୁଲିପାରିବେ ନାହିଁ। ତେବେ ଜାଣନ୍ତୁ ପିଆଜ ପରଟା ବନାଇବାର ପ୍ରସ୍ତୁତି ସମ୍ପର୍କରେ।
ସାମଗ୍ରୀ
ପିଆଜ – ୨ ଛୋଟ ପିଆଜ କଟା ହୋଇଥିବା
ବେସନ – ୨ ବଡ ଚାମଚ
ଲାଲ ଲଙ୍କା ପାଉଡର – ୧/୪ ଛୋଟ ଚାମଚ
ଲୁଣ – ସ୍ବାଦାନୁସାରେ
କଞ୍ଚା ଲଙ୍କା କଟା ହୋଇଥିବା – ୧
ଧନିଆ ପତ୍ର
ପ୍ରଣାଳୀ
ପିଆଜ ଏବଂ ବେସନ ନିଅନ୍ତୁ। ସେଥିରେ ଲୁଣ ପକାନ୍ତୁ। ଲାଲ ଲଙ୍କା ପାଉଡର ପକାନ୍ତୁ, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ମିଶାନ୍ତୁ। ଆବଶ୍ୟକତାଅନୁସାରେ ଏଥିରେ ପାଣିର ବ୍ୟବହାର କରିପାରିବେ। ଏବେ ଅଟାର ଗୋଲା ବନାଇ ବେଲି ଦିଅନ୍ତୁ। ଏହା ଉପରେ ପିଆଜର ସ୍ଟଫିଂ ଦିଅନ୍ତୁ। ଏହାପରେ ଚାରିପଟରୁ ବନ୍ଦ କରିଦିଅନ୍ତୁ।
ଏବେ ତାୱାକୁ ଗ୍ୟାସ ଉପରେ ହାଇ ଆଞ୍ଚରେ ରଖନ୍ତୁ। ଏବେ ସେଥିରେ ତେଲ ଲଗାଇ ପରଟାକୁ ପକାନ୍ତୁ। ଯେତେବେଳେ ଏହା ଗୋଟିଏ ପଟରୁ ଲାଲ ହୋଇଯିବ ତେବେ ଏହାକୁ ଓଲଟାଇ ଦିଅନ୍ତୁ। ଏବେ ଆପଣଙ୍କର ପିଆଜ ପରଟା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆଚାର, ବୁନ୍ଦି ରାଇତା କିମ୍ବା ଦହି ରାଇତା ସହିତ ମିଶାଇ ଖାଇପାରିବେ।